ଭଦ୍ରକ: ଭଦ୍ରକ ଜିଲ୍ଲା ରାଣୀତାଲ ରେଳ ଫାଟକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜୟ ରଘୁନାଥ ନାମକ ଏକ ଘରୋଇ ବସ୍(ଓଡି ୦୯ଏମ୍ ୯୦୮୨) ବାଲେଶ୍ବର ଜିଲ୍ଲା ଖଇରାରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଯାଇଥିଲା। ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଥିବା ଜଣାପଡ଼ିଛି। ଗୁରୁତର ଯାତ୍ରୀମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଖଇରାରୁ ଭଦ୍ରକ ଅଭିମୁଖେ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ୨୦ରୁ ଅଧିକ ଯାତ୍ରୀ ଆହତ
/sambad/media/post_attachments/wp-content/uploads/2024/08/6eb9efd6-484d-4478-9a06-e84a919d1497.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)