ଚାନ୍ଦବାଲି: ଚାନ୍ଦବାଲିସ୍ଥିତି ଭେଙ୍କଟେଶ୍ୱର ସ୍କୁଲରେ ଗ୍ରୀଷ୍ମ ଛୁଟିରେ ସରକାରୀ ନିୟମକୁ ଉଲ୍ଲଂଘନ କରି ଆଡିମିସନ ଫି ୫୦୦ରୁ ୮୫୦୦ ଓ ମାସିକ ଫି ୧୧୦୦ରୁ ୨୧୦୦କୁ ବୃଦ୍ଧି କରିବା ସହିତ ଚଢ଼ା ଦରରେ ବହି ଖାତା ବିକ୍ରି କରି ଶୋଷଣ କରା ଯାଉଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ରିଆଡମିସନ ନ କଲେ ବହି ଖାତା ଦିଆଯିବ ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଥିବା ବେଳେ ଏକକାଳୀନ ଜଣେ ପିଲା ପିଛା ୩୦ରୁ ୩୫ ହଜାର ଦାବି କରୁଥିବାରୁ ଏହାକୁ ବିରୋଧ କରି ଶତାଧିକ ଛାତ୍ରଛାତ୍ରୀଙ୍କ ଅବିଭାବକ ସଂଘ ପକ୍ଷରୁ ସ୍କୁଲ ଆଗରେ ଧାରଣା ଓ ବିକ୍ଷୋଭ ପଦର୍ଶନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Untitled-25.jpg)