ମୋତ: କେନ୍ଦୁଝରଜିଲ୍ଲା ବାଂଶଡ଼ା ଥାନା ଅଧୀନ ନଳ ଗୋହିରା ପଂଚାୟତ କରଣ ପୋଖରୀ ଗ୍ରାମର ଏକ ପୋଖରୀରୁ ପୂର୍ବତନ ପ୍ରଧାନଶିକ୍ଷକ ଇନ୍ଦ୍ରମଣୀ ନାୟକଙ୍କ ହାତ ଗୋଡବନ୍ଧା ମୃତଦେହ ଉଦ୍ଧାର ହୋଇଛି। ଘରଠାରୁ ୨୦୦ ମିଟର ଦୂରରେ ଥିବା ଏକ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି।
ଏହି ଘଟଣାକୁ ନେଇ ବାଂଶଡା ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଶିକ୍ଷକଙ୍କୁ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ଲୋକେ ସୋମବାର ସକାଳେ ପୋଖରୀ ପାଖରେ ଏକ ମୃତଦେହ ଭାସିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଦେଖିବା ବେଳକୁ ଉକ୍ତ ଶିକ୍ଷକଙ୍କ ହାତଗୋଡ ବନ୍ଧା ଥିବା ଦେଖିବାକୁ ପାଇଥିଲେ। ପ୍ରାଥମିକ ତଦନ୍ତରେ ମୃତକଙ୍କ ହାତ ଓ ବେକ ରସିରେ ବନ୍ଧା ଅବସ୍ଥାରେ ମିଳିଥିବାରୁ ହତ୍ୟା ସନ୍ଦେହ ଜନ୍ମ ନେଇଛି। ପୁଲିସ ମୃତକଙ୍କ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିଛି। ପରିବାରଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।