ଚାନ୍ଦବାଲି: ଭଦ୍ରକ ଜିଲ୍ଲା ମାଧପୁର ପଞ୍ଚାୟତ ଅଣଖାସାହି ନିକଟ କେନାଲରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଉଛନ୍ତି ଉକ୍ତ ପଞ୍ଚାୟତ ଅଣଖାସାହି ଗାଁର ରମେଶ ଦାସଙ୍କ ପୁଅ ସୁକାନ୍ତ ଦାସ(୨୨)। ଯୁବକଜଣଙ୍କ ଗତ ୧୩ ତାରିଖ ରାତି ୮ ଟା ଠାରୁ ନିଖୋଜ ଥିଲେ, ହେଲେ ଆଜି ହଠାତ୍ ତାଙ୍କ ମୃତଦେହ ନିକଟସ୍ଥ ନାଳରୁ ଠାବ କରାଯାଇଛି।
/sambad/media/post_attachments/wp-content/uploads/2023/10/77b56398-805c-4f45-91c9-1f3810d76890.jpeg)
ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିବା ପରେ ସ୍ଥାନୀୟ ଲୋକେ ଓ ଗ୍ରାମବାସୀ ଉଦ୍ଧାର କରିବା ପରେ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିଲେ। ଏଥିନେଇ ମୃତକଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନା ଅଧୀନସ୍ଥ ମତୋ ଫାଣ୍ଡିରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ମତୋ ଫାଣ୍ଡି ଅଧିକାରୀ ଓ ଚାନ୍ଦବାଲି ଏସ୍.ଡି.ପି.ଓ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଏପଟେ ମୃତକଙ୍କ ପରିବାରୁ ଲୋକେ ପ୍ରଥମେ ନିଖୋଜ ଅଭିଯୋଗ ପରେ ହତ୍ୟା ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି କେନାଲରେ ଫିଙ୍ଗି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/10b7e0dc-4ff0-439c-8069-484d04731b28.jpeg)