ଭଦ୍ରକ: ଭଉଣୀକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁଲେ ଭାଇ, ଚାଲିଗଲା ଜୀବନ

ଭଦ୍ରକ: ଭଉଣୀକୁ ବଞ୍ଚାଇବା ପାଇଁ ନଦୀକୁ ଡ଼େଇଁ ଥିବା ଭାଇର ଜୀବନ ଚାଲିଯାଇଛି। ଭଦ୍ରକ ଜିଲ୍ଲାର ତିହିଡି ଥାନା ଅନ୍ତର୍ଗତ ବଉଳପାଳ ଗ୍ରାମର ସୂର୍ଯ୍ୟକାନ୍ତ ବାରିକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାହାଡା ଗ୍ରାମସ୍ଥିତ ମାଉସୀ ଘରକୁ ଆସିଥିଲେ। ଅପରାହ୍ନରେ ସୂର୍ଯ୍ୟକାନ୍ତ ମାଉସୀ ଝିଅକୁ ବାଇକରେ ବସାଇ ବଜାର ଯିବାକୁ ବାହାରି ଥିଲେ। ନଦୀ ଉପରେ ବାଇକରେ ଯାଉଥିବା ବେଳେ ଅବହେଳା ଯୋଗୁଁ ଭଉଣୀ ତଳକୁ ଖସିପଡ଼ିଥିଲେ। ଏହି ସମୟରେ ବ୍ୟସ୍ତ ହୋଇ ସୂର୍ଯ୍ୟକାନ୍ତ ତଳକୁ ଡେଇଁ ପଡ଼ିଥିଲେ।

ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ହଠାତ ଘଟଣାସ୍ଥଳକୁ ପହଞ୍ଚିଥିଲେ।  ଆଜି ସୂର୍ଯ୍ୟକାନ୍ତକୁ ଖୋଜିବା ପାଇଁ ଦମକଳ ବାହିନୀର କର୍ମଚାରୀମାନେ ଓ ସାବରଙ୍ଗ ଫାଣ୍ଡି ପୁଲିସର କର୍ମଚାରୀମାନେ ପହଞ୍ଚି ଥିଲେ। ସେମାନେ ସୂର୍ଯ୍ୟକାନ୍ତର ମୃତଦେହ ଘଟଣାସ୍ଥଳରୁ ୧୦୦ ମିଟର ଦୂରରେ ଉଦ୍ଧାର କରିଛନ୍ତି। ସୂର୍ଯ୍ୟକାନ୍ତର ମୃତଦେହ ପୋଷ୍ଟମର୍ଟମ ହେବା ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟରେ ଭଉଣୀର ଅବସ୍ଥା ସଂପୂର୍ଣ୍ଣ ରୂପେ ସୁସ୍ଥ ରହିଛି।

ସମ୍ବନ୍ଧିତ ଖବର