ଭଦ୍ରକ: ସଂଗୀତା ମୋଟର୍ସ ୟମା ସୋ ରୁମ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ୧୬ ନମ୍ବର ଜାତୀୟ ରାଜପଥକୁ ଲାଗି ରହିଥିବା ସଂଗୀତା ମୋଟର୍ସ ୟାମା ସୋ ରୁମ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣଙ୍କ ଭଦ୍ରକ ପୌରପାଳିକା ଗବସାହି ଗ୍ରାମର ଯୁବ ଇଂଜିନିୟର ଚିତ୍ତରଞ୍ଜନ ଜେନା, ବୋଲି ଜଣାପଡ଼ିଛି । ମୃତ ଯୁବକ ସଙ୍ଗିତା ମୋଟରରେ ସେଲସ ମେନେଜର ଭାବେ କାମ କରୁଥିଲେ ବୋଲି ସୂଚନା ରହିଛି।

ଟାଉନ ପୋଲିସ ମୃତଦେହକୁ ଜବତ କରି ଶରୀର ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନା ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏଥିନେଇ ପୋଲିସ କାହାକୁ ଗିରଫ କରିନଥିଲେ ମଧ୍ୟ ଏହା ଏକ ହତ୍ୟାକାଣ୍ଡ ବୋଲି ଆଶଙ୍କା କରାଯାଉଛି । ମୃତ ଯୁବକଙ୍କ ନିକଟରୁ ଏକ ସୁଇସାଇଡି ନୋଟ  ପୋଲିସ ଜବତ କରିଛି। ଯୁବ ଇଞ୍ଜିନିୟରଙ୍କ ପତ୍ନୀ ଜଣେ ସରକାରୀ ଶିକ୍ଷୟିତ୍ରୀ। ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର

Comments are closed.