ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ଦୁଇ ପ୍ରମୁଖ ନଦୀ ମନ୍ତେଇ ଓ ବୈତରଣୀର ପାଣି ଲୋକଙ୍କ ଶୋଷ ମେଣ୍ଟାଲ ପାରୁନାହିଁ। ଯଦିଓ ଏହି ଦୁଇ ନଦୀରେ ପ୍ରଚୁର ଜଳରାଶି ଅଛି, କିନ୍ତୁ ଲବଣାକ୍ତ ଓ କ୍ଷାରଯୁକ୍ତ କାରଣରୁ ଏହା ପିଇବା ପାଇଁ ଅନୁପ‌ଯୋଗୀ। ଯେଉଁଥିପାଇଁ ଏହି ଦୁଇ ନଦୀ ଉପରେ କୌଣସି ପାନୀୟ ଜଳପ୍ରକଳ୍ପ ନିର୍ମାଣ କରାଯାଇ ପାରୁନାହିଁ। ଏପରିସ୍ଥଳେ  ସାଳନ୍ଦୀର ନଦୀଜଳ ପିଇବା ପାଇଁ ଅଧୁର ଓ ପାନୀୟ ଜଳ ଉପଯୋଗୀ। ମାତ୍ର ସାଳନ୍ଦୀର  ଉପରମୁଣ୍ଡ କେନ୍ଦୁଝର ଜିଲ୍ଲା ର ହାଟଡିହି ବ୍ଲକର ହଦଗଡ଼ ଠାରେ ଡ୍ୟାମ୍  ନିର୍ମାଣ ହୋଇଥିବାରୁ ତାଳମୁଣ୍ଡରେ ଭଦ୍ରକ ଜିଲ୍ଲାର ସୀମାରେ ଏହି  ନଦୀ ମଧୁର  ଜଳ ପିଇବା ପାଇଁ ଉପଯୋଗୀ ହୋଇଥିଲେ ମଧ୍ୟ ଅଧିକ ଜଳ ପ୍ରବାହିତ ହ ଦେଉ ନାହିଁ।

Advertisment

ଏହି ନଦୀର ଜଳ କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅନେକ ଚାଷ ଜମି ଓ ପନିପରିବା ଚାଷକୁ ଜଳସେଚନ କରିବାରେ ସହାୟକ ହୋଇଛି। ଅଧିକାଂଶ ସମୟ ସାଲଦୀର ତଳମୁଣ୍ଡ ବିଶେଷକରି ଖରାଦିନେ ଶୁଷ୍କ ହୋଇଯାଏ। ଏହାର ଜଜରାଣି ମଧୁର ହୋଇଥିଲେ ବି ଜଲପ୍ରବାହ କମ୍ କାରଣରୁ ଏହି ନଦୀରେ ବୃହତ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ସମ୍ଭବ ହୋଇପାରୁ ନାହିଁ। ଯାହାଫଳରେ ଭଦ୍ରକ ଜିଲ୍ଲାରେ ପାନୀୟ ଜଳପ୍ରକଳ୍ପ ପ୍ରତିଷ୍ଠା ପାଇଁ ପଡୋଶୀ କେନ୍ଦ୍ରପଡା ଓ ଯାଜପୁର ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି। ଯାଜପୁର ଜିଲ୍ଲା ଦେଇ ବୈତରଣୀ ନଦୀ ପ୍ରବାହିତ ହେଉଥିବା ବେଳେ କେନ୍ଦ୍ରାପଡା ଦେଇ ଖରସ୍ରୋତା ନଦୀ ପ୍ରବାହିତ ହେଉଛି। ତେଣୁ ଭଦ୍ରକ ଜିଲ୍ଲାକୁ ପାନୀୟ ଜଳଯୋଗଣ କରିବା ଲାଗି ରାଜ୍ୟ ସରକାର କେନ୍ଦ୍ରାପଡା  ଜିଲ୍ଲାର ଖରସ୍ରୋତା ନଦୀକୁ ଭରସା କରି ବସୁଧା ଯୋଜନାରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲିଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ।

ଖରସ୍ରୋତାରେ ୯୦୦ କୋଟିର ଜଳପ୍ରକଳ୍ପ ଆରମ୍ଭ କରାଯାଇଥିଲା।  ଭଦ୍ରକ ଜିଲ୍ଲାର ଲବଣାକ୍ତ ଅଞ୍ଚଳ ଭାବରେ ପରିଚିତ ଚାନ୍ଦବାଲି, ବାସୁଦେବପୁର, ଧାମରା, ଚୂଡାମଣି, ଇରମ, ଆରଡି, ତିହିଡି, ଧନଗର ଆଦି ଅଞ୍ଚଳ। ଏହି ଆଞ୍ଚରେ ପାନୀୟ ଜଳ ସବୁବେଳେ ଲବଣାକ୍ତ ରହିଛି। ସମୁଦ୍ର ଉପକୂଳ ଅଞ୍ଚଳ ହୋଇଥିବା ବେକେ ଏହିସବୁ ଅଞ୍ଚକର ଭୂତଳ ଜଳ ଲୁଣିଆ ଥିବାରୁ ଏଠାରେ ନଳକୂପ ଖନନ କରାଯିବା ବେକେ ଲୁଣିଆ ପାଣି ବାହାରୁଛି। ଏହି ଅଞ୍ଚଳରେ ନଳକୂପ ଗୁଡ଼ିକରେ ଲୁଣିଆ ପାଣି ବାଧ୍ୟ ହୋଇ ପିଉଛନ୍ତି ।   ବର୍ଷବର୍ଷ ଧରି ଜିଲ୍ଲାର ଏହି ୪ ବ୍ଲକ  ଲୋକ ଲୁଣି ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତିହିଡି, ଚାନ୍ଦବାଲି, ଧାମନଗର ଓ ବାସୁଦେବପୁର ଭଳି ୪ ଟି ବ୍ଲକର ପ୍ରାୟ ୨୦୦ ଗ୍ରାମର ଲୋକ ଲୁଣିଆ ଜଳ ପିଉଛନ୍ତି। ଏହିସବୁ ବ୍ଲକ୍ ସମୁଦ୍ର ଉପକୂଳ ଅଞ୍ଚଳ ହୋଇଥିବାରୁ ଏଠାରେ କୂଅ ଓ ନଳକୂପରୁ ମଧୁର ଜଳ ପରିବର୍ତ୍ତେ ଲୁଣିଆଜଳ ବାହାରୁଛି। ଏହି ସବୁ ଅନ୍ସ୍ଲାର  ଲୋକଙ୍କୁ ମଧୁର ଜଳଯୋଗାଣ ଲାଗି ବସୁଧ ଯୋଜନାର ପରିକଳ୍ପନା କରିଥିଲେ ସେତେବେଳର ରାଜ୍ୟ ସରକାର। ଏହି ଯୋଜନାରେ ଚାନ୍ଦବାଲି, ତିହିଡି, ଧାମନଗର, ବାସୁଦେବପୁର ପାଇଁ  ୯୦୦  ଶହ କୋଟି ଟଙ୍କାର ମେଗା  ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି।  

ଆହୁରି ପଢ଼ନ୍ତୁ: AIRAWAT ସହ ହାତ ମିଳାଇଲା ନଗର ଉନ୍ନୟନ ବିଭାଗ

ତିନି ବର୍ଷ ମଧ୍ୟରେ ଏହି ମେଗ  ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ୨୦୧୯ ଜାନୁଆରିରେ କାମ ଆରମ୍ଭ ହୋଇଥିଲା। ଏହି ମେଗା ପ୍ରକଳ୍ପ ପାଇଁ ବୈତରଣୀ ପରିବର୍ତ୍ତେ ଖରସ୍ରୋତା ନଦୀରୁ ଜଳଯୋଗାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଖରସ୍ରୋତା ନଦୀରେ ୪ଟି ବିଶାଳ ପାଣିଟାଙ୍କି ନିର୍ମାଣ କରାଯଆଇଛି। ଏଠାରୁ ପାଇପ ଯୋଗେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନିକା ଦେଇ ଭଦ୍ରକ ଜିଲ୍ଲାର ଚାନ୍ଦବାଲିର ନୟାହାଟକୁ ଜଳ ଅଣାଯିବ। ଯେଉଁଠି ୮ ଏକର ଜମିରେ ଏକ ବୃହତ  ଜଳ ବିଶୋଧନାଗାର ପ୍ରତିଷ୍ଠା କରାଯାଇଛି। ନଦୀଜଳ ବିଶୋଧନ ପରେ ଚାନ୍ଦବାଲି ବ୍ଳକର ୩୩ ପଞ୍ଚାୟତର ୨୬୬ ଗାଁ , ତିହିଡି ବ୍ଲକର ୨୦ ଟି ପଞ୍ଚାୟତର ୧୦୯ ଗାଁ, ଧାମନଗର ବ୍ଲକର ୧୦ ଟି ପଞ୍ଚାୟତର ୩୩ ଗାଁ ଓ ବାସୁଦେବପୁର ବ୍ଲକର ୨୧ଟି ପଞ୍ଚାୟତର ୧୧୮ଟି ଗାଁକୁ ଜଳଯୋଗାଣ କରାଯିବ ବୋଲି ସରକାରୀସ୍ଥାରରେ ଲକ୍ଷ୍ୟଧାର୍ଯ୍ୟ ହୋଇଛି।  

ଆହୁରି ପଢ଼ନ୍ତୁ: Voters: ଭୋଟର ତାଲିକା ସଂଶୋଧନ ଉପରେ ଗୁରୁତ୍ୱ

୫୨୬ଟି ଗାଁର ୨ ଲକ୍ଷ ୧୫ ହଜାର ଲୋକ ଏହାଦ୍ୱାରା ଉପକୃତ ହେବେ। ୨୦୨୨ ମସିହା ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏବେ ୨୦୨୬ ମସିହା ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇନାହିଁ। ୪ଟି ବ୍ଲକର କିଛି କିଛି ସ୍ଥାନରେ ଲୋକେ ପାଇପ ପାଣି ପାଉ ଥିବା ବେଳେ ଆହୁରି ଅନେକ ସ୍ଥାନରେ ପାଇପ ଫାଟି ପାଣି ରାସ୍ତାରେ ବହି ଯାଉଛି। ଅନେକ ଗାଁ ରେ ପାଇପ ଯୋଗାଣ ପରେ କିଛି ଦିନ ଜଳ ଯୋଗାଣ ପରେ  ଆଉ ଜଳ  ଯୋଗାଣ କରା ନାହିଁ। ଆଗକୁ ଖରାଦିନ ଆସୁଥିବାରୁ ଏହି ଅଞ୍ଚଳର ଲୋକେ ପାନୀୟ ଜଳ ପାଇଁ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ଭରସା କରୁଛନ୍ତି। ବିଭାଗ ପକ୍ଷରୁ ଯେଉଁ ସବୁ ସ୍ଥାନରେ ପାଇପ ଯୋଗେ ଜଳ ଯୋଗାଣ କରାଯାଇଥିଲା। ତାହାର ପାଇପ ମରାମତି କରି ପୁନର୍ବାର ଏହି ସବୁ ଅଞ୍ଚଳକୁ ଜଳ ଯୋଗାଣ କରିବାକୁ ଦାବି ହୋଇଛି।