ଭଦ୍ରକ: ଭଦ୍ରକ ସଦର ମହକୁମାରେ ପବିତ୍ର ଇଦ୍ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପର୍ବ ବିଶେଷ କରି ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କର ଏକ ପବିତ୍ର ଓ ପ୍ରସିଦ୍ଧ ପର୍ବ। ଭଦ୍ରକର ପୁରୁଣା ବଜାର ଅଞ୍ଚଳ ଏହି ଇଦ୍ ପର୍ବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ଇଦ୍ ପାଇଁ ଉଭୟ ହିନ୍ଦୁ ଓ ମୁସଲିମ ଭାଇମାନେ ପାଳନ କରିଛନ୍ତି। ଭଦ୍ରକ ହେଉଛି ଉଭୟ ହିନ୍ଦୁ ଓ ମୁସଲିମମାନଙ୍କର ଏକ ଭାଇଚାରାର ସହର। ଉଭୟ ସଂପ୍ରଦାୟ ମଧ୍ୟରେ ଉତ୍ତମ ସମ୍ପର୍କ ଏହି ଭାଇଚାରାକୁ ଅଧିକ ସୁଦୃଢ କରିଛି। ଏହି ଅବସରରେ ଭଦ୍ରକର ଇଦ୍ ଗାହାଠାରେ ନାମକ ପାଠ କରାଯାଇଛି। ଏହି ନମାଜ ପାଠ ବେଳେ ସବୁ ବର୍ଗର ଭକ୍ତ ମାନେ ଯୋଗ ଦେଇ ନମାଜ ପାଠ କରିଥିଲେ।
/sambad/media/post_attachments/wp-content/uploads/2023/04/61a7cf7b-7435-46cb-92d2-289ce8f948d9-1024x575.jpg)
ଭଦ୍ରକର ଚଉଦ ମହଲା ମୁସଲିମ ଜମାତ ପକ୍ଷରୁ ଏହି ପର୍ବକୁ ମହାସମାରୋହରେ ପାଳନ କରାଯାଇଛି। ଏହି ପର୍ବରେ ଆଜି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ , ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ବିଜେଡି ନେତା ଅସିତ ପଟ୍ଟନାୟକ, କଂଗ୍ରେସ ନେତା ତଥା ପୂର୍ବତନ ଭଦ୍ରକ ବିଧାୟକ ନରେନ ପଲେଇ, କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି, ଯୁବ ନେତା ଜ୍ୟୋତି ପ୍ରକାଶ ମହାନ୍ତି, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରମ ବନ୍ଦୋର, ଭଦ୍ରକ ଏସପି ବରୁଣ ଗୁଁଠୁ ପାଲିଙ୍କ ସମେତ ସବୁ ଦଳର ରାଜନେତା ଯୋଗ ଦେଇଥିଲେ। ସମବେତ ପ୍ରାର୍ଥନା ସଭା ପରେ ଇଦ୍ ମିଳନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/8bb0d46f-9bf2-453c-ba4f-20b362129fd1.jpg)