ଭଦ୍ରକ: ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, କ୍ରୀଡ଼ା, ଯୁବ ବିଭାଗ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମଧ୍ୟ ଏକ ଭାରତ, ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଭଦ୍ରକ ଠାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ସଭାରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ, ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ ପ୍ରମୁଖ ଯୋଗ ଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ୱଳନ କରି ମାଲ୍ୟାର୍ପଣ କରିଥିଲେ। ସମସ୍ତ ଅତିଥିମାନେ ପତାକା ଦେଖାଇ ଏକତା ପଦଯାତ୍ରାକୁ ଶୁଭାରମ୍ଭ କରିବା ପରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଛକରୁ ଏକ ବିଶାଳ ଏକତା ପଦଯାତ୍ରା ବାହାରି ନଗର ପରିକ୍ରମା କରି ପୁରୁଣାବଜାରସ୍ଥିତ ମଲିକ ମଇଦାନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଭଦ୍ରକ ମୁସଲିମ ଜମାତ୍ ତରଫରୁ ଭବ୍ୟ ସ୍ଵାଗତ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ
ଏହି ପଦଯାତ୍ରାରେ ହଜାର ହଜାର ଲୋକ ଯୋଗ ଦେଇଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଏନସିସି ଏବଂ ବିଭିନ୍ନ ବର୍ଗର ଜନସାଧାରଣ/ ଯୁବ ଗୋଷ୍ଟି ସାମିଲ ହୋଇ ଥିଲେ। ପଦଯାତ୍ରା ବେଳେ ସହରର ଦ୍ରୌପଦୀ ସିନେମା ହଲ ଛକ, ଗୋଶାଳା ଛକ ଓ ହରିହାଟ ଛକରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଦେଶକୁ ଏକତା ଅଖଣ୍ଡତା ସାର୍ବ ଭୌମତ ରଖିବା ଦିଗରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥୂବା ବେଳେ ଏକ ଭାରତ ଆତ୍ମ ନିର୍ଭର ଭାରତର ପରି କଳ୍ପନାର ମତ ଅତିଥିମାନେ ରଖିଥିଲେ।
ଆହୁରି ପଢ଼ନ୍ତୁ: Minor Girl Raped: ସଂପର୍କ ଭୁଲିଗଲା ସଂପର୍କୀୟ ମାମୁ, ନାବାଳିକା ଭାଣିଜୀକୁ କଲା ଦୁଷ୍କର୍ମ!
ସର୍ଦ୍ଦାର ପଟେଲଙ୍କ ସ୍ବପ୍ନ ସାକାର ହୋଇଛି
ଏକ ଅଖଣ୍ଡ ଭାରତ ଓ ଏକ ଆତ୍ମ ନିର୍ଭର ଭାରତର ସ୍ବପ୍ନ ସର୍ଦ୍ଦାର ପଟେଲ ଦେଖିଥିଲେ। ଆଜି ତାଙ୍କର ସ୍ବପ୍ନ ସାକାର ହୋଉଛି ବୋଲି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ବକ୍ତବ୍ୟରେ ପ୍ରକାଶ କରୁଥିଲେ। ଭାରତ ବିକଶିତ ହେଉଛି। ଭାରତ ଆଗକୁ ଆହୁରି ସଶକ୍ତ ହେବ ବୋଲି ଶ୍ରୀ ସାମଲ ନିଜ ବକ୍ତବ୍ୟରେ ପ୍ରକାଶ କରୁଥିଲେ।
ଆହୁରି ପଢ଼ନ୍ତୁ: Chintan Shivir: ଭାରତର ଘରୋଇ ଇସ୍ପାତ ଶିଳ୍ପ ଦୃଢ଼ତା ଏବଂ ବିକାଶ ମାର୍ଗରେ ଅଗ୍ରସର ହେଉଛି: କେନ୍ଦ୍ରମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/20/bhadrak1-2025-11-20-22-10-11.jpg)