ବାସୁଦେବପୁର : ଭଦ୍ରକ ଜିଲ୍ଲା କଶିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବିଦେଇପୁର ବଡମଳିକ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ସାମନ୍ୟ କଳିକୁ କେନ୍ଦ୍ର କରି ଦାଦାପୁଅ ଭାଇର ତେଣ୍ଟାମାଡରେ ସାନ ଭାଇର ଜୀବନ ଯାଇଛି। ଅଭିଯୋଗରୁ ଜଣାଯାଇଛି, ଗତ ମଙ୍ଗଳବାର ରାତିରେ ବିଦେଇପୁର ବଡମଳିକ ସାହିର ନଟିଆ ମଳିକଙ୍କ ପୁଅ ମନୋଜ ବଜାରରୁ ଫେରିବା ପରେ କୌଣସି କାରଣକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ସ୍ୱାମୀ ସ୍ତ୍ରୀଙ୍କ ପାଟିତୁଣ୍ଡ ଜୋର ହେବାରୁ ମନୋଜର ଦାଦା ପୁଅ ରମେଶ ଘଟଣା ସ୍ଥଳରେ ପହଞ୍ଚି ଝଗଡା ମେଣ୍ଟାଇବାକୁ ଚେଷ୍ଟା କରିଥିଲା। ଘଟଣା ଏମିତି ଘଟିଥିଲା ଯେ, ଦାଦା ପୁଅ ଭାଇ ରମେଶ ଉଗ୍ର ହୋଇ ଉଠିଥିଲା। ହଠାତ୍ ସେ ପାଖରେ ଏକ ତେଣ୍ଟା ପାଇ ମନୋଜର ଛାତିକୁ ଭୁସି ଦେଇଥିଲା। ଘଟଣାସ୍ଥଳରେ ମନୋଜ ଚିତ୍କାର କରି ତଳେ ଲୋଟି ପଡିଥିଲା। ମନୋଜକୁ ବାସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଆସିଥିଲେ। ଚିକିତ୍ସାଧିନ ଅବସ୍ଥାରେ ମନୋଜର ମୃତ୍ୟୁ ଘଟିଥିଲା।
ବଡ଼ ଭାଇର ତେଣ୍ଟା ମାଡ଼ରେ ସାନ ଭାଇ ମୃତ
/sambad/media/post_attachments/wp-content/uploads/2017/10/basudebpur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)