ଭଦ୍ରକ: ଏକ ହତ୍ୟା ମାମଲାର ଶୁଣାଣି କରି ଭଦ୍ରକ ଅତିରିକ୍ତ ଜିଲ୍ଲା ଦୌରାଜଜ ଅନୁପ କୁମାର ଚନ୍ଦନ ବୁଧବାର ଜଣେ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜଜ ଶ୍ରୀଚନ୍ଦନ ଲକ୍ଷ୍ମୀଧର ଭୂୟାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦,୦୦୦ ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି। ଅନାଦେୟ ଅଧିକ ୬ମାସ ଶଶ୍ରମ କାରାଦଣ୍ଡ ହୋଇଛି।
କୋର୍ଟ ଅପରାଧୀଙ୍କ ବିରୋଧରେ ସାକ୍ଷୀଙ୍କର ବୟାନକୁ ପ୍ରମାଣିତ କରି ଆଜିବନ ଜେଲଦଣ୍ଡ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ମାମଲାକୁ କ୍ୟାଡର ଆଡିସିନାଲ ପିପି ତ୍ରିଲୋଚନ ପାତ୍ର ଓ କମଳାକାନ୍ତ ମହାପାତ୍ର ମକଦ୍ଦମାର ପରିଚାଳନା କରୁଥିଲେ।
ଘଟଣାରୁ ପ୍ରକାଶ ଯେ, ୨୦୧୩ ଜୁନ ୧୯ରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସେରପୁର ଗ୍ରାମର ଲକ୍ଷ୍ମୀଧର ଭୂୟା ସନ୍ଧ୍ୟା ୮ଟାରେ ଇଚ୍ଛାପୁର ଛକରୁ ତାଙ୍କ ଘରକୁ ଫେରୁ ଥିବା ବେଳେ, ଲକ୍ଷ୍ମୀଧର ଭାସ୍କର ପ୍ରଧାନଙ୍କ ଘର ନିକଟରେ ବଡ଼ ଭାଇ ଶଙ୍କର୍ଷଣଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନକୁ ସ୍ତାନାନ୍ତର କରାଯାଇଥିଲା। ଚିକିତ୍ସା ଅବସ୍ଥାରେ ଶଙ୍କର୍ଷଣଙ୍କ ମୃତ୍ୟୁ ହେବା ପରେ ତା’ଙ୍କର ପତ୍ନୀ ଉମାମଣୀ ଭୂୟା ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଭାରତୀୟ ଦଣ୍ଡ ସଂହିତା ଦଫା ୩୦୨ରେ ୨୨୦/୧୩ରେ ମାମଲା ରୁଜୁ କରି ଲକ୍ଷ୍ମୀଧରକୁ ଗିରଫ କରିଥିଲା। ଜମିଜମା ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟଣା ଘଟିଥିଲା ବୋଲି ପୁଲିସ ତଦନ୍ତ ବେଳେ ଜାଣି ପାରିଥିଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/bdk.jpg)