ଭଦ୍ରକ/ ଆରଡି: ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବୈତରଣୀ ନଦୀରେ ଆସିଥି ଛୋଟବଡଡ଼୬/୭ଟି ବନ୍ୟାରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧୋୟା ଅଞ୍ଚଳ ଭାବେ ପରିଚିତ ଆରଡି, ଓଳଗ, ସୁନ୍ଦରପୁର, ନାନ୍ଦପୁର ୪ଟି ପଞ୍ଚାୟତର ୨୨ଟି ଗାଁର ଶତାଧିକ ଚାଷୀଙ୍କର ହଜାର ହଜାର ଏକର ସାରଦ ଧାନତଳି ଧୋଇ ନେଇଥିଲା। ଏପରିକି ଅଧିକାଂଶ ଚାଷୀ ବ୍ଲକରୁ ବିହନ ଧାନ ଆଣିଥିବା ବେଳେ ଆଉକିଛି ଚାଷୀ ବଜାରରୁ ବିହନ କିଣି ଆଣିଥିଲେ। ବନ୍ୟାର ଏପରି ଆସିଥିଲା ଯାହାକି ଦୀର୍ଘ ୧୫ ଦିନ ଧରି ଚାଷଜମିକୁ ବୁଡାଇ ରଖିବାରୁ ସବୁତକ ବିହନ ଧାନତଳିକୁ ଧୋଇ ନେଇଥିଲା ବନ୍ୟାପାଣି।
ଏପରି ଖବର ପାଇବା ପରେ ଭଦ୍ରକ ଜିଲାପାଳ ବନ୍ଯାଞ୍ଚଳ ସହ ଧାନ ଖେତ ଭୁଲି ଦେଖିବା ପରେ ଉଭୟ ଜିଲା ପ୍ରଶାସନ ଓ କୃଷି ବିଭାଗର ଅଧିକାରୀଙ୍କ ପକ୍ଷରୁ ମିଳିତ ଭାଵେ କ୍ଷେତ୍ରୀୟ ପରିଦର୍ଶନ କରାଯିବା ସହ ଚାଷୀମାନଙ୍କୁ ଭେଟିଥିଲେ। ଏପରିକି କ୍ଷୟକ୍ଷତି ହୋଇଥିବା ଚାଷର କ୍ଷତିପୂରଣ ଖୁବଶିଘ୍ର ମିଳିବ ବୋଲି ପ୍ରତିଶୃତି ଦେଇଥିଲେ। ତାହାସହ ଚାନ୍ଦବାଲି ତହସିଲଦାରଙ୍କ ଦପ୍ତରରୁ ଗତ ଅକ୍ଟୋବର ମାସ ୨୫ତାରିଖରେ ଚିଠି ସଂଖ୍ୟା ୧ରେ ପ୍ରକାଶିତ କ୍ଷତିଗ୍ରସ୍ତ ଚାଷୀମାନେ ନିଜର ଚାଷଜମିର ପରିମାଣ, ବ୍ୟାଙ୍କ ବହିର ନକଲ, ପରିଚୟପତ୍ର ଅକ୍ଟୋବର ୨୭ରୁ ନଭେମ୍ବର ୧୫ତାରିଖ ମଧ୍ୟରେ ଆରଡି ରାଜସ୍ବ ଅଧିକାରୀଙ୍କ ପାଖରେ ଦାଖଲ କରିବା ପାଇଁ ନଟକା ଜାରି ହୋଇଥିଲା।
ଆହୁରି ପଢ଼ନ୍ତୁ: Donald Trump: ଆମେରିକା ପାଖରେ ଏକ ‘ଗୁପ୍ତ ସୋନିକ୍ ଅସ୍ତ୍ର’ ଅଛି ଯାହା ଅନ୍ୟ କାହା ପାଖରେ ନାହିଁ: ଟ୍ରମ୍ପଙ୍କ ଦାବି
ଏପରିକି କ୍ଷତିଗ୍ରସ୍ତ ଚାଷୀମାନେ ନିର୍ଦ୍ଧାରିତ ସମୟର ମଧ୍ୟରେ ତାଙ୍କର କ୍ଷୟକ୍ଷତିର ଦସ୍ତାବିଜ ଦେଇଥିଲେ ମଧ୍ୟ ସହାୟତା ମିଳିପାରୁ ନାହଁ ବୋଲି ଚାଷୀମାନେ କହିଛନ୍ତି। ଏପରିକି ଏହି ଅଞ୍ଚଳ ଧୋୟା ଅଞ୍ଚଳ ହୋଇଥିବାରୁ ସମସ୍ତ କ୍ଷତିର ସହାୟତା ମିଳିଵ ବୋଲି ଅଧିକାରୀ ପ୍ରକାଶ କରିଥିଲେ। ହେଲେ ସହାୟତା ବିଳମ୍ବକୁ ନେଇ ଜିଲା ପ୍ରଶାସନ ଓ କୃଷି ବିଭାଗର ଉଚ୍ଚପ୍ରଦାଧିକାରୀ ଦୃଷ୍ଟି ଦେବାକୁ ଚାଷୀମାନେ ଦାଵି କରିଵା ସହ ଗୁରୁବାର ଆରଡି ଆର.ଆଇ ଅଫିସ ସମ୍ମୁଖରେ ମେଳି କରି ନାରାବାଜି ଦେଇଥିଲେ। ଯଦି ଆସନ୍ତା ୨୭ତାରିଖ ସୁଧା ଧୋୟା ସହାୟତା ରାଶି ନମିଳେ ଆନ୍ଦୋଳନକୁ ୪ଟି ପଞ୍ଚାୟତର ଶହଶହ ଚାଷୀ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Cricket: ପ୍ରଥମ ଦିନ ସମ୍ମାନ ବାଣ୍ଟିଲେ ଓଡ଼ିଶା-ତାମିଲନାଡୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/22/img-20260122-wa0041-2026-01-22-21-18-42.jpg)