ଧାନ ବିକ୍ରି ହୋଇ ନପାରିବାରୁ ରାସ୍ତା ଉପରେ ବସ୍ତା ରଖି ପ୍ରତିବାଦ କଲେ ଚାଷୀ

ଭଣ୍ଡାରିପୋଖରୀ: ନିଜେ ଅମଳ କରିଥିବା ଧାନକୁ ବିକ୍ରି କରିପାରୁନଥିବାରୁ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀରେ ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଛି। ଧାନ ବିକ୍ରି କରି ନପାରି ଶହଶହ ଚାଷୀ ୧୬ ନମ୍ୱର୍ ଜାତୀୟ ରାଜପଥ ଉପରେ ଧାନ ବସ୍ତା ରଖି ପ୍ରତିବାଦ କରିବା ସହ ରାସ୍ତାରୋକ କରିଛନ୍ତି। ଚା‌ଷୀମାନଙ୍କର ଏହି ଆନ୍ଦୋଳନ ଯୋଗୁ ରାଜପଥ ଅବରୋଧ ହୋଇଛି। ଲୋକମାନେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାସ୍ତା କଡ଼ରେ ବସ୍‌, ଟ୍ରକ୍‌ସବୁ ଠିଆ ହୋଇ ରହିଛି। ରାଜ୍ୟ ସରକାରଙ୍କର ସମବାୟ ସଂସ୍ଥା ଚାଷୀଙ୍କୁ ଧାନ କିଣିବା ଲାଗି ଟୋକନ ଦେଇଥିଲା। ଏବେ ଟୋକନ ଧରି ଚାଷୀ ବସିଛି। କିନ୍ତୁ ଧାନ କିଣି ନାହିଁ ସମବାୟ ସଂସ୍ଥା। ଏହାର ପ୍ରତିବାଦ କରି ଚାଷୀମାନେ ରାଜପଥ ଅବରୋଧ କରିଛନ୍ତି।

ସମ୍ବନ୍ଧିତ ଖବର