ନିଆଁରେ ପୋଡ଼ି ହୋଇ ଓଏସଏପିର ତିନି ଯବାନ ଗୁରୁତର

ଭଦ୍ରକ: ଆଜି ଭଦ୍ରକରେ ଘଟିଥିବା ଏକ ଅଗ୍ନିକାଣ୍ଡରେ ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ପୁଲିସ (ଓଏସଏପି)ର ତିନି ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭଦ୍ରକର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯବାନମାନେ ବାରିପଦା ଓଏସଏପି ୫ ବାଟାଲିୟନର ବୋଲି ଜଣାଯାଇଛି | ସେମାନେ ଭଦ୍ରକ ଜିଲ୍ଲାର ପୁରୁଣା ବଜାର ଥାନାରେ ଡ୍ୟୁଟିରେ ଥିଲେ।

ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ତିନି ଜଣ ଯବାନ ରାତିରେ ଶୋଇବା ପୂର୍ବରୁ ମଶାବତୀ ଲଗାଇଥିଲେ। ସେହି ନିଆଁ ମଶାରିରେ ଲାଗିଯିବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

ସମ୍ବନ୍ଧିତ ଖବର