ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୫ରୁ ଅଧିକ ଦୋକାନ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ  ଧାମରା କଇଥଖୋଲା ବଜାରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବର ଖବର ମିଳିଛି। ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି।

ଏଥିରେ ୧୫ରୁ ଅଧିକ ଦୋକାନ ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଗ୍ରାମବାସୀମାନେ ବହୁ ଚେଷ୍ଟା କରି ମଧ୍ୟ ନିଆଁକୁ ଆୟତ୍ତ କରିପାରିନଥିଲେl ନିଆଁ ଲାଗିବାର ୨୦ ମିନଟ ମଧ୍ୟରେ  ଦୋକାନ ଘରଗୁଡ଼ିକ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି।

କୌଣସି ଦୋକାନୀ ନିଜ ଦୋକାନ ମଧ୍ୟରୁ କିଛି ସାମଗ୍ରୀ କାଢି ପାରିନଥିଲେl ନିଆଁ ଲାଗିବାର ବହୁ ସମୟ ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା। ଦୋକାନଗୁଡ଼ିକରେ ପଚାଶ ହଜାରରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି ବୋଲି ଦୋକାନୀମାନେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର