ଅଗ୍ନିଶମ ବିଭାଗର ଦୁଇ କର୍ମଚାରୀ ଭିଜିଲାନ୍ସ ଜାଲରେ

ଭଦ୍ରକ: ଅଗ୍ନିକାଣ୍ଡ କ୍ଷୟକ୍ଷତିର ସାର୍ଟିିଫିକେଟ କରାଇ ଦେବା ପାଇଁ ଭଦ୍ରକ ଆରଏମସି ମାର୍କେଟର ଜଣେ ଆକାଉଣ୍ଟାଣ୍ଟଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭଦ୍ରକର ଅଗ୍ନିଶମ ବିଭାଗର ଦୁଇ ଜଣ କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ପ୍ରକାଶଯେ ଗତ ୬ ତାରିଖରେ ଭଦ୍ରକ ଆରଏମସି ମାର୍କେଟରେ ଘଟିଥିବା ଅଗ୍ନିକାଣ୍ଡର କ୍ଷୟକ୍ଷତିର ସାର୍ଟିଫିକେଟ ପାଇଁ ଆରଏମସି ମାର୍କେଟର ଆକାଉଣ୍ଟାଣ୍ଟ ଅବଦୁଲଙ୍କୁ ଭଦ୍ରକ ଅଗ୍ନିଶମ ଅଧିକାରୀ ସଂଗ୍ରାମ କୁମାର ହାଁସଦା ଓ ଅଗ୍ନିଶମ କର୍ମଚାରୀ ବିଭୁପ୍ରସାଦ ଜେନା ବାରମ୍ବାର ଫେରାଉଥିଲେ। ସେ ଭିଜଲାନ୍ସରେ ଦ୍ବାରସ୍ଥ ହେବା ପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଡିଏସପି ସଂଜୟ ଦାସ ମହାପାତ୍ର ତାଙ୍କୁ ଧରିଥିଲେ। ଦୁଇ ଅଧିକାରୀଙ୍କୁ ପଚରା ଉଚରା କରିବା ସହିତ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର