ଭଦ୍ରକ: ରାତିରେ ଘରେ ଲାଗିଲା ନିଆଁ । ଜଳିଗଲା ୯ ବଖରା ଘର । ଭଦ୍ରକ ଜିଲ୍ଲା ସାହାଡ଼ା ପଞ୍ଚାୟତ ସମିଆ ସାହାଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଧାନ, ଚାଉଳ ସମେତ ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ରାତିରେ ସମସ୍ତେ ଶୋଇଥିବା ବେଳେ ଘରେ ନିଆଁ ଲାଗିଥିଲା ।
ଚାହୁଁ ଚାହୁଁ ନିଆଁରେ ଚାଲିଗଲା ୪ଟି ପରିବାରର ୯ ବଖରା ଘର । ବର୍ଷ ବର୍ଷର ସାଇତା ସମ୍ପତ୍ତି ଆଖି ଆଗରେ ଜଳି ଛାରଖାର ହୋଇଗଲା । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି । ଘଟଣାସ୍ଥଳରେ ଭଦ୍ରକରୁ ଅଗ୍ନିଶମ ବାହିନୀ ଟମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସର୍ଟ ସର୍କିଟରୁ ନିଆଁ ଲାଗିଥିବା କୁହାଯାଉଛି । ଭଦ୍ରକ ବ୍ଲକ୍ ଅଧ୍ୟକ୍ଷ ଅଗ୍ନି ବିପନ୍ନଙ୍କ ପରିବାରକୁ ଭେଟିଥିବା ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/426272d5-81ed-4330-a039-420dd63a7fe2.jpg)