ଭଦ୍ରକ: ଭଦ୍ରକ ଟାଉନ ଥାନା ଛକରେ ଥିବା ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ଆଜି ଭୋର ସମୟରେ ଏହି ଲୁଗା ଦୋକାନରେ ନିଆଁଲାଗିଥିଲା। ଏହାଫଳରେ ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ନଷ୍ଟ ହୋଇଛି। ସର୍ଟସର୍କିଟ୍ ଯୋଗୁ ଏଭଳି ଅଗ୍ନିକାଣ୍ଡ ଘଟିଥିବାର ପ୍ରାଥମିକ ସୂଚନାରୁ ଜଣାଯାଇଛି। ତେବେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା।କିନ୍ତୁ ସେତେବେଳକୁ ନିଆଁ ଜୋରରେ ଲାଗି ଯାଇଥିଲା।
/sambad/media/post_attachments/wp-content/uploads/2022/12/7041d289-57d5-4173-8306-66aabac6c48a-1024x461.jpg)
ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଭଦ୍ରକ ସହର ସ୍ଥିତ ଥାନା ଛକ ନିକଟରେ ଥିବା ସୁଭଦ୍ରା ଲୁଗା ଦୋକାନରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଯିବାରୁ ଦୋକାନ ଭିତରେ ଥିବା କିଛି ଲୁଗା ସାମଗ୍ରୀ ଜଳି ପୋଡି ଯାଇଥିଲା। ଅଗ୍ନିଶମ କର୍ମଚାରୀ ଠିକ ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଥିଲା। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଦମକଳ ବାହିନୀ ନିଆଁକୁ ଲିଭାଇବାରେ ସହଯୋଗ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/49ecb8c0-ba34-4654-a7ea-5360e8a2bb50.jpg)