ଭଦ୍ରକ: ଆ‌େମ୍ବ୍ରାଳି ଗାଁରେ ଭୟାବହ ଅଗ୍ନିକାଣ୍ଡ ୪ ଭାଇଙ୍କ ୧୦ ବଖରା ଜଳିଗଲା

ଭଦ୍ରକ: ନିଆଁ ଭଦ୍ରକ ଜିଲ୍ଲାର ପିଛା ଛାଡୁନି। ପ୍ରତିଦିନ ଭଦ୍ରକ ଜିଲ୍ଲାର କେଉଁଠି ନା କେଉଁଠି ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହେଉଥିବା ବେଳେ  ସନ୍ଧ୍ୟାରେ ଭଦ୍ରକ ଗ୍ରାମାଞ୍ଚଳ ଥାନାର ଆ‌େମ୍ବ୍ରାଳି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ଭାଇଙ୍କ ୧୦ ବଖରା ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।
ଆଜି ସନ୍ଧ୍ୟାରେ ଗ୍ରାମର ରାମଚନ୍ଦ୍ର ବେହେରା, ଭରତ ବେହେରା, ଶତ୍ରୁଘନ ବେହେରା ଓ ଲକ୍ଷ୍ମଣ ବେହେରା ଆଦି ଚାରି ଭାଇଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଘରଗୁଡ଼ିକ ହୁ ହୁ ଜଳୁଥିବା ବେଳେ ପରିବାର ଲୋକେ ଦେଖି ଡାକ ପକାଇଥିଲେ। ଗ୍ରାମବାସୀ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲେ। ମାତ୍ର ଚାହୁଁ ଚାହୁଁ ୧୦ ବଖରା ଜଳିଯାଇଥିଲା। ଅଗ୍ନିକାଣ୍ଡରେ ୪ ଭାଇଙ୍କର ଧାନ ଚାଉଳ, ଆସବାବପତ୍ର, ଦରକାରୀ କାଗଜପତ୍ର, ଲୁଗାପଟା ଓ ଅନ୍ୟାନ୍ୟ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଥିଲା। ଭଦ୍ରକରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ଘରର ସବୁ କିଛି ପୋଡି ପାଉଁଶ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ ଦୁଇ ଦିନ ତଳେ ବାସୁଦେବପୁର ବ୍ଲକରେ ନିଆଁ ଲାଗି ୮ ବଖରା ଓ ବନ୍ତ ବ୍ଲକରେ ୬ ବଖରା ପୋଡି ପାଉଁଶ ହୋଇଯାଇଥିଲା।

ସମ୍ବନ୍ଧିତ ଖବର