ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଦୋଷିଙ୍ଗା ପଂଚାୟତର ସମୀପଟିଆ ଗାଁରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ହୋଇଛି। ଏହି ଘଟଣାରେ ୫ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ସମୁଦ୍ର କୂଳିଆ ସହର ଚାନ୍ଦବାଲିରେ ତାପମାତ୍ରା ୪୦ଡ଼ିଗ୍ରୀ ଥିବାବେଳେ ଗୁହାଳ ଘରେ ଗଛିତ ଥିବା ଅଷ୍ଟ୍ରେଲିଆ କୋଇଲରୁ ଆପେଆପେ ନିଆଁ ଲାଗିଯାଇଥିଲା। ଚାଁହୁ ଚାଁହୁ ଗୁହାଳେ ଆଶ୍ରୟ ନେଇଥିବା ୫ଗୋଟି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସତ୍ୟ ପାତ୍ରଙ୍କ ଗାଈ ଖରାରୁ ରକ୍ଷା ପାଇବା ପାଇଁ ଗୁହାଳେ ଥିବାବେଳେ ଘର ଭିତରେ ଗଛିତ ଥିବା କୋଇଲରୁ ନିଆଁ ଲାଗିଯାଇଥିଲା। ଉପରେ ପ୍ରବଳଖରା ଓ ତଳେ ନିଆଁ ଲାଗିଯିବାରୁ ପରିସ୍ଥିତି ଅଣାୟତ ହୋଇଯାଇଥିଲା। ଗ୍ରାମବାସୀ ପାଣି ମଟର ସାହାଯ୍ୟରେ ଘର ଲିଭାଇଲା ବେଳକୁ ନିମିଷକ ମଧ୍ୟରେ ୫ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।