ଭଦ୍ରକ: ଭଦ୍ରକରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ସମାହିତ କରିବା ପାଇଁ ଭଦ୍ରକରେ ୬୦ଜଣିଆ ରାପିଡ ଆକ୍ସନ ଫୋର୍ସ ପହଞ୍ଚିଛନ୍ତି। ସେମାନେ ଆଜିଠାରୁ ସହରର ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରିଛନ୍ତି। ଆଜି ଭଦ୍ରକ ସହରାଞ୍ଚଳ ଅଧୀନସ୍ଥ ବନ୍ତ ଛକଠାରୁ ଏହି ଫ୍ଲାଗ ମାର୍ଚ୍ଚ ପୂର୍ବାହ୍ନ ସାଢ଼େ ୧୦ଟାରେ ଆରମ୍ଭ ହୋଇଛି।
ସେହିପରି ଅପରାହ୍ନ ୪ଟା ବେଳେ ପୁରୁଣା ବଜାର ଅଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ ହେବ। ଏହି ଫ୍ଲାଗ ମାର୍ଚ୍ଚରେ ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। ପବିତ୍ର ଶ୍ରୀରାମ ନବମୀରେ ସମସ୍ତଙ୍କ ଭିତରେ ଭାଇଚାରା ସୃଷ୍ଟି, ଶାନ୍ତିପୂର୍ଣ୍ଣ ବାତାବରଣ ଲକ୍ଷ୍ୟ ଉଦ୍ଦେଶ୍ୟରେ ଏହି ଫ୍ଲାଗ ମାର୍ଚ୍ଚ କରାଯାଉଛି। ସେହିପରି ଏହି ରାପିଡ ଆକ୍ସନ ଫୋର୍ସ ଶାନ୍ତି କମିଟି କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିବେ। ରାପିଡ ଆକ୍ସନ ଫୋର୍ସର ବିଭିନ୍ନ ଲୋକଙ୍କ ସହିତ ଫୁଟବଲ ଖେଳିବା ସହିତ ଓ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/2061d836-76e1-48e8-89e2-e77bde209063.jpg)