ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲାବାସୀଙ୍କର ପ୍ରମୁଖ ଦାବି ଥିଲା ମେଡିକାଲ କଲେଜ ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା। ଏଥିପାଇଁ ଅତୀତରେ ବହୁ ଆନ୍ଦୋଳନ, ଧାରଣା, ଧର୍ମଘଟ ହୋଉଛି। ଭଦ୍ରକ ବନ୍ଦ ହୋଉଛି। ଭଦ୍ରକ ଠାରୁ ଆନ୍ଦୋଳନ ଭୁବନେଶ୍ୱର ପର୍ଯ୍ୟନ୍ତ ଯାଇ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ପହଞ୍ଚି ଥିଲା। ଭଦ୍ରକରେ ମେଡିକାଲ କଲେଜ୍ ଆଉ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯିବା ପାଇଁ ବିଜେଡି ସରକାର ପ୍ରତିଶ୍ରୁତି ଦେଇ ରକ୍ଷା କରିପାରି ନଥିଲେ।

Advertisment

ଏବେ ଭଦ୍ରକରେ ମେଡ଼ିକାଲ କଲେଜ ଆଉ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକରେ ଆୟୋଜିତ ଏକ ସମାବେଶରେ ଘୋଷଣା କରିଥିଲେ। ଏହି ଘୋଷଣା କରିବା କେବଳ ଘୋଷଣାରେ ରହିଗଲା। କେବେ ମେଡ଼ିକାଲ କଲେଜ୍ ଆଉ ବିଶ୍ଵବିଦ୍ୟାଳୟ ଶିଳାନ୍ୟାସ ହେବ। କେବେ ଏହା କାର୍ଯ୍ୟକାରୀ ହେବ। ତାକୁ ନେଇ ଭଦ୍ରକବାସୀ ପ୍ରଶ୍ନ ଉଠାଇ ଥିବା ବେକେ ଶୁକ୍ରବାର ଦିନ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ଭଦ୍ରକ ଜିଲ୍ଲାପାଳଙ୍କ ଅଫିସକୁ ଆସି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ  ନରେନ ଏହି ଦାବି ପତ୍ର ପ୍ରଦାନ କରିଥିବା ବେକେ ସେ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ କେବେ ଭଦ୍ରକରେ ମେଡ଼ିକାଲ କଲେଜ୍ ଆଉ ବିଦ୍ୟାଳୟ ପ୍ରତିଷ୍ଠା କରିବେ ତାହା ସ୍ପଷ୍ଟ କରନ୍ତୁ। ଭଦ୍ରକ ଜିଲ୍ଲାବାସୀ ଦୀର୍ଘ ଦିନ ହେଲା ଏହି ଦୁଇ ପ୍ରସଙ୍ଗରେ ବହୁବାର ଦାବି କରି ଥିଲେ ମଧ୍ୟ ସରକାର ଜିଲ୍ଲାବାସୀଙ୍କ ଏହି ଦାବିକୁ କାହିଁକି ଅଣଦେଖା କରୁଛନ୍ତି ବୋଲି ପୂର୍ବତନ ବିଧାୟକ ଶ୍ରୀ ପଲେଇ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: Paddy: ଚାଷୀଙ୍କ ସମସ୍ୟା ନେଇ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

ଭଦ୍ରକରେ ମେଡ଼ିକାଲ କଲେଜ୍ ଆଉ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ମୋର ଏହି ଅଭିଯାନ ଜାରି ରହିବ ବୋଲି ଶ୍ରୀ ପଲେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଭଦ୍ରକ ବାସୀଙ୍କର ଏହି ପ୍ରମୁଖ ଦାବି କୁ ସରକାର ଅଣଦେଖା କଲେ ଆଗାମୀ ଦିନରେ ଭଦ୍ରକରେ ଗଣ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି। ଭଦ୍ରକର ଶତାଧିକ ବୁଦ୍ଧିଜୀବୀ, ଶିକ୍ଷାବିତ ଓ ସମାଜସେବୀଙ୍କ ଗହଣରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ମେଡ଼ିକାଲ କଲେଜ୍ ଓ ବିଶ୍ଵବିଦ୍ୟାଳୟ ପ୍ରସଙ୍ଗ ଉଠାଇ ନରେନ ପୁଣି ଭଦ୍ରକ ବାସୀ ଙ୍କୁ ନିଜର ଦାବି ହାସଲ ପାଇଁ ରାଜରାସ୍ତାକୁ ଆସିବାକୁ ଆହ୍ଵାନ ଦେଇଛନ୍ତି। ସରକାର ନଚେତିଲେ ଆମେ ଭଦ୍ରକର ସଚେତନ ନାଗରିକ ଭାବରେ  ତାଙ୍କୁ ଚେତେଇ ଦେବା। ଆମ ହକ ଆମକୁ ହାସଲ କରିବାକୁ ପଡ଼ିବ ବୋଲି ସେ କହିଥିଲେ।