ଭଦ୍ରକ: ନାଗାଲାଣ୍ଡ ରାଜ୍ୟ ପରିବହନ ନମ୍ବର ଥିବା ଏକ କ୍ୟାଣ୍ଟନର ଗାଡ଼ିରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଭଦ୍ରକ ଓ ଯାଜପୁର ଜିଲ୍ଲା ମଝିରେ ଥିବା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଛତାବର ନିକଟରେ ୩୩ ବସ୍ତା ଗଞ୍ଜେଇ ନେଇ ଯାଉଥିବା ଗାଡ଼ିକୁ କଟକସ୍ଥିତ କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଜବତ କରିଛନ୍ତି। ଏହି ଘଟଣାରେ କ୍ୟାଣ୍ଟନର(ଏନ୍ଏଲ୍ ୦୨କ୍ୟୁ ୦୩୮୯)ର ଚାଳକକୁ ରାଜସ୍ୱ ଗୁଇନ୍ଦା ବିଭାଗ ଅଟକ ରଖିଛି।
/sambad/media/post_attachments/wp-content/uploads/2018/05/f4fa1715-66f0-44f2-904b-3ad790971dcc-300x225.jpg)
ବେଆଇନ ଭାବରେ ଖୋର୍ଦ୍ଧାରୁ ଗଞ୍ଜେଇ ଚାଲାଣ ହେବା ନେଇ ଗୁଇନ୍ଦା ବିଭାଗକୁ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଗାଡ଼ିରୁ ୩ରୁ ୪ଜଣ ଲୋକ ଚମ୍ପଟ ମାରିଥିଲେ। ଦିନ ଦ୍ୱିପ୍ରହରରେ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ବଡ଼ ଧରଣର ଘଟଣା ଦେଖି ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିହାରର ରାଜଧାନୀ ପାଟଣାକୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା। ଗୁଇନ୍ଦା ବିଭାଗ ଗାଡ଼ିର ଚାଳକକୁ ଅଟକ ରଖି ପଚରାଉଚରା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Presentation1-13.jpg)