ବାସୁଦେବପୁରରେ ଚାଞ୍ଚଲ୍ୟ: ସୁନା ଦୋକାନୀଙ୍କ ଉପରୁ ଗୁଳିମାଡ଼ କରି ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ବାସୁଦେବପୁର: ସୁନା ଦୋକାନୀଙ୍କ ଉପରୁ ଗୁଳିମାଡ଼ କରି ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେବା ଘଟଣା ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ବାସୁଦେବପୁର ଥାନା ଅନ୍ତର୍ଗତ ସୁଦର୍ଶନପୁର ପଞ୍ଚାୟତ ମାଛହାଟ ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ସୁଦର୍ଶନପୁର ପଞ୍ଚାୟତ ମାଛହାଟ ଛକରେ ଥିବା ଚକାଡ଼ୋଳା ଗହଣା ଦୋକାନର ମାଲିକ ତାପସ ସାହୁ ନିଜର ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ। ସେହି ସମୟରେ ତାଙ୍କ ହାତରେ ଗହଣା ବ୍ୟାଗଟି ବି ଥିଲା। ଏହି ସମୟରେ ୩ ଦୁର୍ବୃତ୍ତ ଏକ ବାଇକରେ ଆସି ତାପସ ସାହୁଙ୍କ ଉପରକୁ ଗୁଳିମାଡ଼ କରି ଗହଣା ବ୍ୟାଗ ଲୁଟି ନେଇଥିଲେ। ଏଥିରେ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଥିବା କହିଛନ୍ତି ତାପସ ସାହୁ।

ଗୁଳିମାଡ଼ ହେଉଥିବା ଦେଖି ବି ଲୋକମାନେ ବି ଦୁର୍ବୃତ୍ତମାନଙ୍କୁ ଅଟକାଇବାର ସାହସ ଜୁଟାଇପାରିନଥିଲେ। ପରେ ତାପସ ବାସୁଦେବପୁର ଥାନାରେ ଏନେଇ ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ବି ଏଯାବତ୍ ଅପରାଧୀଙ୍କ ଟେର ପାଇନାହିଁ।

ସମ୍ବନ୍ଧିତ ଖବର