ବାଇକ ଚାଳକଙ୍କୁ ଅଟକାଇବାକୁ ଯାଇ ହାବିଲଦାର ଆହତ

ଧାମନଗର : ଜଣେ ବାଇକ ଚାଳକଙ୍କୁ ଅଟକାଇବାକୁ ଯାଇ ଧାମନଗର ଥାନାର ଜଣେ ହାବିଲଦାର ଆଜି ଗୁରୁତର ହୋଇଛନ୍ତି । ଆହତ ହାବିଲଦାର ହେଲେ ମନୀନ୍ଦ୍ର କୁମାର ଗୋସ୍ୱାମୀ। ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଲକଡାଉନ ଯୋଗୁଁ ସୋମବାର ଦିନ ଧାମନଗର ଥାନା ନିକଟରେ ପୋଲିସ ପକ୍ଷରୁ ଗାଡ଼ି ମଟର ଯାଞ୍ଚ ହେଉଥିଲା। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ବାଇକକୁ ଅଟକାଇବା ବେଳେ ଗାଡ଼ି ଚାଳକ ପୁଣି ଦ୍ରୁତଗତିରେ ପଳାଇବାକୁ ଉଦ୍ୟମ କରିଥିଲେ । ପଛରୁ ବାଇକ ଅଟକାଇବା ପାଇଁ ହାବିଲଦାର ମନୀନ୍ଦ୍ର ପଛରେ ଦୌଡ଼ି ଧରିଲା ବେଳେ ପୁଣି ବାଇକ ପଳାଇ ଯିବାରୁ ସେ ଘୋଷାଡି ହୋଇ ଯାଇ ଆହତ ହୋଇଥିଲେ। ନିକଟରେ ଥିବା ଅନ୍ୟ ପୋଲିସ କର୍ମଚାରୀ ମାନେ ତାଙ୍କୁ ଉଠାଇ ପ୍ରଥମେ ଧାମନଗର ଡାକ୍ତରଖାନା ଏବଂ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଛି

ସମ୍ବନ୍ଧିତ ଖବର