ଭଦ୍ରକ: ବାହାଘର ପୂର୍ବରୁ ଅନେକ କିଛି ଅଛି କହି ବାହା ହୋଇଥିଲେ । ଅନ୍ୟ ରାଜ୍ୟରେ ବ୍ୟବସାୟ ଅଛି, ବାହାଘର ପରେ ଘର ହେବ ଓ ଆର୍ଥିକ ସ୍ୱଚ୍ଛଳ ବୋଲି କହି ବାହାଘର ହୋଇଥିଲେ । କିନ୍ତୁ ପରେ ଅତ୍ୟାଚାର ସହ ସାଙ୍ଗସାଥୀଙ୍କୁ ଘରକୁ ଡକାଇ ସମ୍ପର୍କ ରଖିବା ପାଇଁ ସ୍ବାମୀ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ସବୁ ସତ ଜାଣିବା ପରେ ନ୍ୟାୟ ଭିକ୍ଷା କରିଛି ସ୍ତ୍ରୀ ।
ଆହୁରି ପଢନ୍ତୁ- Maoists Surrender: ପୁଣି ୨୮ ମାଓବାଦୀଙ୍କ ଆତ୍ମସମର୍ପଣ: ମୁଣ୍ଡରେ ଥିଲା ୮୯ ଲକ୍ଷ ଟଙ୍କା ପୁରସ୍କାର
ଭଦ୍ରକ ଧୁଷୁରୀ ଥାନା ଅଧୀନ କୋଠାର ଅଞ୍ଚଳର ଜଣେ ଯୁବତୀ ଲୁଣିଆ ଅଞ୍ଚଳର ସନ୍ତୋଷ ସାହୁଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ପୁତ୍ର ସନ୍ତାନ ଜନ୍ମ ପରେ ସ୍ଵାମୀ ବହୁ ଲୋକଙ୍କ ଠାରୁ ଟଙ୍କା ଉଧାର ଆଣିଥିଲେ ସ୍ବାମୀ । ଅନେକ ଲୋକ ଉଧାର ଟଙ୍କା ମାଗିବାରୁ ସେ ସ୍ତ୍ରୀଙ୍କୁ ସେହିମାନଙ୍କ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ନେଇ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏବେ ମଧ୍ୟ ସ୍ବାମୀ ତାଙ୍କୁ ଧମକ ଦେଉଥିବା କହିଛନ୍ତି ଅଭିଯୋଗକାରିଣୀ । ଏ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନହୋଇ ଭଦ୍ରକ ଏସପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି ଅଭିଯୋଗକାରିଣୀ ।
ଆହୁରି ପଢନ୍ତୁ- Economy: ଓଡିଶାର ଅର୍ଥନୀତି ୫୦୦ ବିଲିଅନ ଡଲାର ଛୁଇଁବ: ମୁଖ୍ୟମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/25/bhadrak-2025-11-25-22-53-52.jpg)