ଆଜି ମା ଭଦ୍ରକାଳୀଙ୍କ ଜଗଦ୍ଧାତ୍ରୀ ବେଶ

ଭଦ୍ରକ: ଆଜି ପଞ୍ଚମ ଦିନରେ ମା ଭଦ୍ରକାଳୀ ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଛନ୍ତି । ମାଆଙ୍କର ଏହି ପୂଜା ପାଇଁ ଆଜି ଶହଶହ ଭକ୍ତ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରିବା ସହ ଦୀପ ଦାନ କରିଛନ୍ତି। ମାଆଙ୍କର ଏହି ପୂଜା ପାଇଁ ମନ୍ଦିର କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଛନ୍ତି। ଆସନ୍ତାକାଲି ଷଷ୍ଠ ଦିନରେ ମା ଭଦ୍ରକାଳୀ ମହା ସରସ୍ଵତୀ ବେଶରେ ପୂଜା ପାଇବେ। ସେହିପରି ସପ୍ତମ ଦିନରେ ମା ଭଦ୍ରକାଳୀ ମହା ଲକ୍ଷ୍ମୀ ବେଶରେ ପୂଜା ପାଇବେ ।

ସମ୍ବନ୍ଧିତ ଖବର