ଶନି ଠାକୁରଙ୍କୁ ପଡିଲା ଶନି ଦଶା, ଚୋରି ହୋଇଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା

ଭଦ୍ରକ: ଶନିବାରରେ ଶନିମନ୍ଦିରରେ ବୁଲିଲା କଳାକନା। ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ ପରେ ହୁଣ୍ଡି ବାକ୍ସକୁ ପୋଖରୀରେ ଫିଙ୍ଗି ଲୁଟେରା ଫେରାର | ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଜାନୁଗଂଜ ସ୍ଥିତ ଶନିମନ୍ଦିରରେ ଗତକାଲି ରାତିରେ ଲୁଟ୍ ହୋଇଛି । ଚୋରମାନେ ମନ୍ଦିରରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଠାକୁରଙ୍କ ହୁଣ୍ଡିବାକ୍ସରେ ଥିବା ୩୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ।

ଆଜି ଭୋରରୁ ଭକ୍ତମାନେ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ ମନ୍ଦିରରେ ଲୁଟ୍ ହୋଇଥିବା ଦେଖିଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ତେବେ ଶନି ଠାକୁରଙ୍କର କଣ ସବୁ ଅଳଙ୍କାର ଚୋରି ହୋଇଛି ତାହା ଜଣାପଡିନାହିଁ | ସେପଟେ ଲୁଟ୍ ହୋଇଥିବା ହୁଣ୍ଡି ମନ୍ଦିର ନିକଟସ୍ଥ ଏକ ପୋଖରୀରୁ ମିଳିଛି । ମନ୍ଦିରର ଚୋରିକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସର ନିଷ୍କ୍ରିୟତା ଯୋଗୁଁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଛି ।

ସମ୍ବନ୍ଧିତ ଖବର