ଭୁବନେଶ୍ୱର: ସାରା ବିଶ୍ୱ କରୋନାକୁ ନେଇ ଭୟଭୀତ ଅବସ୍ଥାରେ ଥିବା ବେଳେ ଏଥି ଲାଗି ଲକଡାଉନ୍ ନିୟମ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। କିନ୍ତୁ ଏହି ନିୟମ ଉଲ୍ଲଂଘନ କରିବା ଅଭିଯୋଗ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଲକଡାଉନ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ପୁଲିସ ୬୩୭ ଜଣ ବାଇକ୍ ଆରୋହୀଙ୍କ ଗାଡ଼ି ଜବତ କରିଛି। ଠିକ୍ ସେହିପରି କଟକରେ ବି ପୁଲିସ୍ ବହୁ ଗାଡ଼ି ଜବତ କରିଛି।

Advertisment

publive-image

ଅପରପକ୍ଷରେ ଭଦ୍ରକରେ ଲକଡାଉନ୍ ସାମାଜିକ ଦୂରତା ଭଳି ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ୨୫ରୁ ଅଧିକ ଦୋକାନୀଙ୍କୁ ଟାଉନ୍ ଥାନାରେ ଅଟକ ରଖିଛି ପୁଲିସ। ଭଦ୍ରକରେ ସଟଡାଉନ୍ ଉଠିଲାପରେ ବଳବତ୍ତର ରହିଛି ଲକ୍ ଡାଉନ୍। ଖୋଲିଲା ସହର ବଜାର। ହେଲେ ଏଠାରେ ସାମାଜିକ ଦୂରତା ଭାଙ୍ଗିଲେ ଲୋକେ। ପୁଲିସ ପ୍ରଶାସନ ଏନେଇ ନୀରବ ଦ୍ରଷ୍ଟା ଥିବାର ଅଭିଯୋଗ ହୋଇଛି।