ଭଦ୍ରକ : ଏଟିଏମରେ ଭର୍ତ୍ତିହେବାକୁ ଯାଉଥିବା ଟଙ୍କା ଲୁଟ

ଭଦ୍ରକ : ଟାଟା ଇଣ୍ଡିକ୍ୟାସ୍‌ ଏଟିଏମକୁ ୫ ଲକ୍ଷ ୫୦ ହଜାର ଟଙ୍କା ନେଇଯାଉଥିବାବେଳେ ୪ ଜଣ ଦୁର୍ବୃତ୍ତଙ୍କ ଦ୍ୱାରା ଗୋବିନ୍ଦପୁର-ଚୁଡ଼ାକୁଟି ରାସ୍ତାରେ ଲୁଟ ହୋଇଥିବା ଖବର ହସ୍ତଗତ ହୋଇଛି । ମିଳିଥିବା ସୂଚନା ଅନୁସାରେ କମ୍ପାନିର କର୍ମଚାରୀ ଆକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଯାଇ ଏଟିଏମରେ ଭରିବାକୁ ନେଉଥିବାବେଳେ ଏହି ଲୁଟ ହୋଇଥିଲା । ୪ ଦୁର୍ବୃତ୍ତ ଏହି ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର