୪.୫ଲକ୍ଷ ଟଙ୍କା ଝାମ୍ପି ନେବାବେଳେ ଧରାପଡ଼ିଲା ଲୁଟେରା

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁରରୁ ଆଜି ସ୍ପଷ୍ଟ ଦିବାଲୋକରେ ଜନୈକ ବ୍ୟକ୍ତିଙ୍କଠାରୁ ସାଢ଼େ ଚାରିଲକ୍ଷ ଟଙ୍କା ଝାମ୍ପି ନେଇ ଫେରାର ହୋଇ ଯାଉଥିବାବେଳେ ଲୋକଙ୍କ ହାତରେ ଧରାପଡ଼ିଛି ଜଣେ ଲୁଟେରା। ଘଟଣାସ୍ଥଳରେ ନିର୍ଧୂମ୍‌ ଛେଚିବା ପରେ ଲୁଟେରାକୁ ପୁଲିସ‌ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ।

ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ସାନକୃଷ୍ଣପୁର ଗ୍ରାମର ଗୌରହରି ଜେନା ଷ୍ଟେଟ୍‌ବ୍ୟାଙ୍କରୁ ୪.୫ ଲକ୍ଷ ଟଙ୍କା ଉଠାଇ ସହରରେ ଥିବା ଗ୍ରାମ୍ୟବ୍ୟାଙ୍କରେ ଜମା କରିବାକୁ ଆସିଥିଲେ। ଗୌରହରି ଗ୍ରାମ୍ୟବ୍ୟାଙ୍କ ଶାଖା ମଧ୍ୟକୁ ପ୍ରବେଶ କରିବା ସମୟରେ ତାଙ୍କ ଟଙ୍କାବ୍ୟାଗ୍‌କୁ ଆଖି ପିଛୁଳାକେ ଝାମ୍ପି ନେଇଥିଲା ଲୁଟେରା, ଆଉ ଫିଲ୍ମ ଷ୍ଟାଇଲ୍‌ରେ ଛାତ ଉପର ଦେଇ ଡିଆଁ ମାରି ଫେରାର ହେବାକୁ ଉଦ୍ୟମ କରିଥିଲା। ଦୁର୍ଭାଗ୍ୟକୁ ଏକ ସାଇକେଲରେ ଝୁଣ୍ଟି ତଳେ ପଡ଼ିଯିବାରୁ ଉପସ୍ଥିତ ଲୋକେ ତାକୁ ମାଡ଼ି ବସିଥିଲେ।

ସମ୍ବନ୍ଧିତ ଖବର