ଭଦ୍ରକ (ହରିହର ନାୟକ): ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ଆନୁକୁଲ୍ୟରେ ରବିବାର ମାତୃଭୂମି ପାଇଁ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ଏହି ଗଣଦୌଡ଼ ସକାଳ ୭ଟାରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ମା’ତାରିଣୀ ମନ୍ଦିର ଠାରୁ ଆରମ୍ଭ ହୋଇ ସହର ମଧ୍ୟ ଦେଇ ବାଇପାସ୍ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା। ମା' ତାରିଣୀଙ୍କ ମନ୍ଦିରରେ ରୀତି ନିତି ଅନୁଯାୟୀ ପୂଜା ଅର୍ଚ୍ଚନା ପରେ ଗଣଦୌଡ଼କୁ ଶ୍ରୀରାମ ମହାଯଜ୍ଞ ସମିତିର ବରିଷ୍ଠ ଉପଦେଷ୍ଟା, ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ବରିଷ୍ଠ ଆଇନଜୀବୀ ନିତ୍ୟାନନ୍ଦ ନାୟକ, କାର୍ଯ୍ୟକାରୀ ସଭାପତି ବ୍ୟେମକେଶ ସେନାପତି, ସମିତିର ଉପଦେଷ୍ଟା ତଥା ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ରାଉତ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଗୈରିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଦଳମତ ନିର୍ବିଶେଷରେ ମାତୃଭୂମି ପାଇଁ ଉତ୍ସର୍ଗୀକୃତ ହଜାର ହଜାର ଯୁବକ, ଛାତ୍ର ଛାତ୍ରୀ, ସାଧାରଣ ଜନତା, ମହିଳା ସାମୁହିକ ଭାବରେ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ। ଭାରତ ମାତା କୀ ଜୟ, ବନ୍ଦେ ମାତରମ୍, ଜୟ ଶ୍ରୀରାମ ଧ୍ୱନୀରେ ସମଗ୍ର ଭଦ୍ରକ ସହରରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା। ସହରର ବିଭିନ୍ନ ଛକ ମାନଙ୍କରେ ମାତୃଶକ୍ତିଙ୍କ ଦ୍ୱାରା ପୁଷ୍ପ ଅର୍ପଣ କରାଯାଇ ସ୍ୱାଗତ କରାଯାଇଥିଲା। ଅନୁଷ୍ଠିତ ହୋଇଥିବା ଗଣଦୌଡ଼ରେ ଶ୍ରୀରାମ ମହାଯଜ୍ଞ ସମିତିର ଉପସଭାପତି ତ୍ରିଲୋଚନ ନାୟକ, ସମ୍ପାଦକ ଆଇନଜୀବୀ ତୁଷାରକାନ୍ତ ଦାସ, ସ୍ୱରୂପା ନନ୍ଦ ମହାପାତ୍ର, ଉପଦେଷ୍ଟା ଭଗବାନ ପଣ୍ଡା, ଦୀନବନ୍ଧୁ ପତି, ଅମ୍ବିକା ଦାସ, ସୁବ୍ରତ ନାୟକ, ରଶ୍ମି ରଞ୍ଜନ ରାଉତ, ଡା. ପ୍ରଦୀପ ନାୟକ, ବଦ୍ରି ନାରାୟଣ ଧଳ, ସୁଧାଂଶୁ ନାୟକ, ବାଣୀ କଲ୍ୟାଣ ମହାନ୍ତି, ଉଦୟ ନାରାୟଣ ମଲ୍ଲିକ, ପ୍ରୟାସକାନ୍ତି ସାମଲ, ବିଭୁ ଚନ୍ଦନ ଜେନା, ମନୋଜ ବସନ୍ତ ରାୟ, ସମୀର ଗୋ ସ୍ଵାମୀ, ସଞ୍ଜୀବ ମହାନ୍ତି, ଶ୍ରୀକାନ୍ତ ଲେଙ୍କା, ବସନ୍ତ ରାଉତ, ପୁରୁଷୋତ୍ତମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ରାଷ୍ଟ୍ରୀୟ ଚେତନା, ରାଷ୍ଟ୍ରର ଅଖଣ୍ଡତା ମାତୃଭୂମିର ସେବା ଓ ରାଷ୍ଟ୍ରବାଦର ଉଦ୍ଦେଶ୍ୟରେ ନେଇ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜିଲ୍ଲାର ସମସ୍ତ ସାମାଜିକ ସଂଗଠନର କର୍ମକର୍ତ୍ତା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତା ଗଣ, କ୍ରୀଡ଼ାବିତ୍, ବିଭିନ୍ନ କ୍ଲବର ସଦସ୍ୟ, ଆଧ୍ୟାତ୍ମିକ ସଂଗଠନ ଏବଂ ବିଭିନ୍ନ ରାଜନୈତିକ ଦଳର ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ। ବୃନ୍ଦାବନ ଜେନା, ବିଶ୍ଵ ରଞ୍ଜନ ଦାସ, ରଞ୍ଜିତ ମହାପାତ୍ର, ପ୍ରତାପ ଦାସ, ସୁରେଶ ସାମଲ, ଜ୍ୟୋତିପ୍ରକାଶ ମହାନ୍ତି, ସରୋଜ ରାଉତ, ସନ୍ତୋଷ ଲେଙ୍କା, ମାନସ ବାରିକ, ଜ୍ଞାନ ପାଣି, ସୀତାରାମ ସେଠୀ, ବିଜୟ ଦାଶ, ସଞ୍ଜୀତ ନାୟକ, ମିଲନ ବଳ, ରବି ସାହୁ, ଟୁକୁନା ସ୍ୱାଇଁ, ଦୁର୍ଗା ଶଙ୍କର ଜେନା, ସୁଧିର ଦ୍ୱିବେଦୀ, ରଶ୍ମି ରଂଜନ ସାହୁ, ଶିବାନନ୍ଦ ଭଟ୍ଟାଚାର୍ଯ୍ୟ, ପିଣ୍ଟୁ ମିଶ୍ର, ଅପୂର୍ବ ବେହେରା, ସୁଜିତ ପତି, ହେମନ୍ତ ମହାପାତ୍ର, ଚନ୍ଦନ ମହାପାତ୍ର, ସତ୍ୟ ପ୍ରକାଶ ବିଶ୍ୱାଳ, ସୁମନ ମହାପାତ୍ର, ମୁକେଶ ବାରିକ, ଜ୍ୟୋତି ପ୍ରକାଶ ସାହୁ, ଓଁକାର ମହାନ୍ତି ପ୍ରମୁଖ ଏହି ଗଣଦୌଡର ନେତୃତ୍ୱ ନେଇଥିଲେ।
ଆହୁରି ପଢ଼ନ୍ତୁ: Bhadrak College: ଅବ୍ୟବସ୍ଥାରେ ଭଦ୍ରକ ମହାବିଦ୍ୟାଳୟ: ପଢ଼ୁଛନ୍ତି ୮ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ
ପରବର୍ତ୍ତୀ ସମୟରେ ସମିତି ପକ୍ଷରୁ ଗୋ ପୂଜନ, ସାଧୁସନ୍ଥ ପୂଜନ, ବାଇକ ଶୋଭାଯାତ୍ରା, ବାଲ୍ ବଜରଂଗୀଙ୍କ ଦ୍ୱାରା ସାଇକେଲ ଶୋଭାଯାତ୍ରା, ଅଯୋଧ୍ୟା ସମେତ ବିଭିନ୍ନ ତୀର୍ଥକ୍ଷେତ୍ରରୁ ଆଜ୍ଞାମାଳ ଯାତ୍ରା, କଳସ ଶୋଭାଯାତ୍ରା, ଅଖଣ୍ଡ ହନୁମାନ ଚାଳିଶା ପାଠ, ନଗର ସଂକୀତ୍ତର୍ନ ଶୋଭାଯାତ୍ରା ଭଳି ବିଭିନ୍ନ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ସମ୍ପାଦକ ତଥା ଗଣ ମାଧ୍ୟମ ଓ ସୋସିଆଲ ମିଡ଼ିଆ ସଂଯୋଜକ ସ୍ଵାଧୀନ ସୁନ୍ଦର ଦାସ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ନଗର ସଂକୀତ୍ତର୍ନରେ ୧୦ ରୁ ୧୨ ଲକ୍ଷ ଭକ୍ତଙ୍କର ସମାବେଶ ହେବାର ଆଶା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/03/08/img-20260308-wa0017-2026-03-08-17-33-41.jpg)