ମାନସିକ ରୋଗରେ ପୀଡ଼ିତ ସ୍ବାମୀର ଅଭାବନୀୟ କାଣ୍ଡ: ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା ଉଦ୍ୟମ

ବିଛଣାରୁ ଧାରୁଆ ବ୍ଲେଡ୍‌ ଓ ଦା ଜବତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ବାଂଶଡା ଥାନା ଅନ୍ତର୍ଗତ ଖଦାଳପୋଖରୀ ଗାଁରେ ମାନସିକ ରୋଗରେ ପୀଡ଼ିତ ଜଣେ ଯୁବକ ନିଜ ପତ୍ନୀକୁ ବ୍ଲେଡ୍‌ ଓ ଦା’ରେ କାଟି ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।
ଖଦାଳପୋଖରୀ ଗାଁରେ ଗୟାଧର ନାୟକଙ୍କ ପୁଅ ପ୍ରହ୍ଲାଦ ନାୟକ ବେଶ୍ କିଛି ଦିନ ହେଲା ମାନସିକ ରୋଗରେ ଅାକ୍ରାନ୍ତ ହୋଇ ବିଷାଦଗ୍ରସ୍ତ ରହୁଥିଲେ। ତେଣୁ ତାଙ୍କ ଗ୍ରହ ଖରାପ ଚାଲିଥିବା ଅନୁମାନ କରି ପରିବାର ଲୋକେ ଜଣେ ବାବାଙ୍କୁ ଡକାଇ ଗ୍ରହଶାନ୍ତି ପାଇଁ ଚଣ୍ତୀ ପାଠ କରାଇଥିଲେ। ଗତକାଲି ଦିନରେ ଏହି ପୂଜାପାଠ କରାଯାଇଥିବା ବେଳେ ଘରେ ବ˚ଧୁବାନ୍ଧବ ଭର୍ତି ଥିଲେ। ତେବେ ରାତିରେ ପରିବାର ଲୋକେ ଶୋଇବାକୁ ଯାଇଥିବା ବେଳେ ପ୍ରହ୍ଲାଦ ଏବ˚ ତାଙ୍କର ଝିଅ ଗୁଡ଼ି(୧ବର୍ଷ), ପତ୍ନୀ ରଶ୍ମିତା (୨୪) ନିଜ ପ୍ରକୋଷ୍ଠକୁ ଶୋଇବାକୁ ଯାଇଥିଲେ। ଏହି ପ୍ରକୋଷ୍ଠ ଆଗରେ ପରିବାରର ଅନ୍ୟମାନେ ଶୋଇଥିଲେ। ରାତି ପ୍ରାୟ ୨ଟା ସମୟରେ ରଶ୍ମିତାଙ୍କ ଝିଅ ଗୁଡ଼ି ଚିତ୍କାର କରି କାନ୍ଦିବାରୁ ବାପା ପ୍ରହ୍ଲାଦ ଝିଅକୁ ବାହାରେ ଛାଡ଼ି ଦେଇ ଘର ଭିତରକୁ ପଶି ଯାଇଥିଲେ। ଏହାପରେ ପରିବାର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା। ଦୁଆର ମୁହଁରେ ଶୋଇଥିବା ପରିବାର ଲୋକେ ତୁରନ୍ତ ଘର ଭିତରକୁ ଯାଇ ଆଲୁଅ ଜଳାଇବାରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପ୍ରହ୍ଲାଦଙ୍କ ମୁଣ୍ତରୁ ଧାର ଧାର ହୋଇ ରକ୍ତ ବୋହୁଥିବା ବେଳେ ରଶ୍ମିତା ମଧ୍ୟ ବିଛଣାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। କିନ୍ତୁ ସେତେବେଳକୁ ରଶ୍ମିତାର ପ୍ରାଣବାୟୁ ଉଡିଯାଇଥିଲା। ଘର ସାରା ରକ୍ତଛିଟା ଦାଗ ସାଙ୍ଗକୁ ଘର ଭିତରେ ଏକ ରକ୍ତଭିଜା ଦା ଓ ଧାରୁଆ ବ୍ଲେଡ୍ ପଡ଼ି ରହିଥିଲା।
ରାତିରେ ଏ ଖବର ପାଇ ଘ˚ଟେଶ୍ବର ଫାଣ୍ତି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରଲ୍ଲାଦକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବା˚ଶଡ଼ା ପୁଲିସ ଶବ ଜବତ କରିଥିବା ବେଳେ ରଶ୍ମିତାଙ୍କ ବାପ ଘର ପକ୍ଷରୁ ଅଭିଯୋଗ ଅନୁଯାୟୀ ଥାନାରେ ୧୬/୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମଙ୍କ ଉପସ୍ଥିତିରେ ପୁଲିସ ରଶ୍ମିତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ରଶ୍ମିତାଙ୍କ ବାପା ଲକ୍ଷ୍ମୀଧର ନାୟକଙ୍କ ଅଭିଯୋଗରୁ ଜଣାଯାଏ ପ୍ରହ୍ଲାଦ ସିଜୋଫ୍ରେନିଆ (ମାନସିକ ରୋଗ) ରେ ଆକ୍ରାନ୍ତ ହୋଇ ସବୁବେଳେ ମାରିଦେବି ହାଣିଦେବି ବୋଲି ରାଗରେ ଜର୍ଜରତି ହେଉଥିଲା। ଗତ ପ୍ରାୟ ବର୍ଷେ ହେଲା ତା’ର ଡ଼ାକ୍ତରୀ ଚିକିତ୍ସା କରାଯାଉଛି। ମାସେ ତଳେ ଚେନାଇରେ ନିଜେ କାମ କରୁଥିବା ସ୍ଥାନରୁ କେଉଁଆଡେ଼ ନିଖୋଜ ହୋଇଯାଇଥିଲା। ତେବେ ପୁଣି ତାକୁ ଚେନାଇରୁ ଅଣାଯାଇ ଗ୍ରହଶାନ୍ତି ପାଇଁ ପୂଜା ପାଠ କରାଯାଇଥିଲା।

ସମ୍ବନ୍ଧିତ ଖବର