ଭଦ୍ରକ: ଭଦ୍ରକର ଜଗନ୍ନାଥପୁର ଅଞ୍ଚଳରେ ଜଣେ ନାବାଳିକା ନିଜ ଘରେ ବେକରେ ଦଉଡ଼ି ଲଦେଇ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳୁ ଘର ଲୋକ ଏ ସମ୍ପର୍କରେ ଜାଣିବା ପରେ ଭଦ୍ରକ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଟାଉନ୍ ପୁଲିସ ଖବର ପାଇବା ପରେ ଘଟଣାସ୍ଥାଳକୁ ଯାଇ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ଝୁଲନ୍ତା ଅବସ୍ଥାରେ ନାବାଳିକାଙ୍କ ଶବ ଉଦ୍ଧାର କରିଥିଲେ। ଶବ ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡ଼ିକାଲକୁ ପଠାଇଥିଲେ।
ଭଦ୍ରକ ମେଡ଼ିକାଲରେ ନାବାଳିକା ଶବ ବ୍ୟବଚ୍ଛେଦ କରାଯାଇଥିବାବେଳେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କେଉଁ ପରିସ୍ଥିତିରେ ଓ କାହିଁକି ନାବାଳିକା ଆତ୍ମହତ୍ୟା କରିଛନ୍ତି। ସେ ସମ୍ପର୍କରେ ଟାଉନ୍ ପୁଲିସ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି। ଏହି ଘଟଣା ସଂପର୍କରେ ଟାଉନ୍ ଥାନାରେ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Bhadrak-DHH-750x430-1.jpg)