ଭଦ୍ରକ: ଚିନିକଳ ଆଞ୍ଚଳିକ କୃଷକ ପରିଷଦର ସଂପାଦକଙ୍କୁ ହତ୍ୟା କରାଯାଇଥିବା ଭଦ୍ରକ ଜିଲ୍ଲାର ଧାମନଗର ଥାନାରେ ସୋମବାର ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଖଗେଶ୍ୱର ସାହୁଙ୍କୁ ରବିବାର ମଧ୍ୟ ରାତିରେ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଆଜି ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ ସହିତ ଖଗେଶ୍ୱର ରବିବାର ରାତି ୮ଟାରେ ଥିବା ବେଳେ ୨ ଜଣ ଅଜଣା ଲୋକ ଆସିଥିଲେ। ବ୍ୟକ୍ତିଗତ କାମ ଅଛି କହି ଅଜଣା ବ୍ୟକ୍ତି ଦ୍ୱୟ ଖଗେଶ୍ୱରଙ୍କୁ ଡାକି ନେଇଥିଲେ। ମାତ୍ର ରାତି ୧୦ଟା ୩୦ ସୁଦ୍ଧା ଖବେଶ୍ୱର ଘରକୁ ନଆସିବାରୁ ପରିବାର ଲୋକେ ଏଣେ ତେଣେ ଖୋଜାଖୋଜି କରି ପାଇ ନଥିଲେ।
ଚାଷ ଜମି ରାସ୍ତା କଡ଼ରେ ଆଜି ସକାଳୁ ଖଗେଶ୍ୱରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଫଳରେ ପରିବାର ଲୋକେ ଏହି ଘଟଣାକୁ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ ଆଣିଛନ୍ତି। ସୂଚନା ମିଳିବା ପରେ ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖଗେଶ୍ୱରଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ପୁଲିସ ବିଭିନ୍ନ ଘଟଣାକ୍ରମକୁ ଆଧାର କରି ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/suicide-in-hanging-1.jpg)