ନବ ନିର୍ମାଣ କୃଷକ ସଂଗଠନ ଭଦ୍ରକ ଶାଖା ପକ୍ଷରୁ ବିଭିନ୍ନ ଥାନା ଆଗରେ ପ୍ରତିବାଦ

ଭଦ୍ରକ/ଧାମନଗର/ଭଣ୍ଡାରିପୋଖରୀ/ତିହିଡି: ରାଜ୍ୟରେ କୃଷକମାନେ ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ରାଜଧାନୀରେ ଆନ୍ଦୋଳନ କରିବାକୁ ଯାଉଥିବା ବେଳେ ସେମାନଙ୍କୁ ପୁଲିସ ଲଗାଇ ଦମନ କରାଗଲା। ତାହାର ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସାରା ରାଜ୍ୟରେ ଥିବା ଥାନା ଆଗରେ ପ୍ରତିବାଦ କରିଛନ୍ତି। ଚାଷୀମାନଙ୍କ ଉପରେ ଅନ୍ୟାୟ କରାଗଲେ କି ପୁଲିସ ଦମନ କରାଗଲେ ତାହାକୁ ବରଦାସ୍ତ କରାଯିବ ନାହିଁ। ଏହାର ଦୃଢ ନିନ୍ଦା କରିଛି ଭଦ୍ରକ ଜିଲ୍ଲାର ନବନିର୍ମାଣ କୃଷକ ସଂଗଠନ। ଚାଷୀର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ, ଚାଷୀଙ୍କୁ ମାସିକ ଭତ୍ତା ପ୍ରଦାନ ଆଦି ଦାବି ନେଇ ନବନିର୍ମାଣ କୃଷକ ସଙ୍ଗଠନ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାର ବିଭିନ୍ନ ଥାନା ଆଗରେ ବିକ୍ଷୋଭ କରିବା ସହ ପ୍ରତିବାଦ କରାଯାଇଥିଲା। ଜିଲ୍ଲାର ଗ୍ରାମାଞ୍ଚଳ, ତିହିଡି, ଧୂଷୁରୀ, ଭଣ୍ଡାରିପୋଖରୀ ଥାନା ଆଗରେ ପ୍ରତିବାଦ ସଭା କରାଯାଇଥିଲା।
ଭଦ୍ରକ ଜିଲ୍ଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗ୍ରାମାଞ୍ଚଳ ଥାନା ସମ୍ମୁଖରେ ସଂଗଠନର ଶତାଧିକ କର୍ମୀ ଆନ୍ଦୋଳନ କରିଥିଲେ। ସତ୍ୟରଂଜନ ନାୟକ, ନିରଂଜନ ପୃଷ୍ଟି, ନିରଂଜନ ଜେନା, ସୁକାନ୍ତ ସାହୁ, ସୀତାକାନ୍ତ ସାହୁ, କୈଳାସ ଖମାରୀ, ଊମାକାନ୍ତ ଚୌଧୁରୀ, ପଞ୍ଚୁ ଖମାରୀ ପ୍ରମୁଖ ଏଇ ପ୍ରତିବାଦରେ ସାମିଲ ହୋଇ ରାଜ୍ୟ ସରକାରଙ୍କର କୃଷକ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି।
ଧାମନଗର ଶାଖା ପକ୍ଷରୁ ଧୂଷୁରୀ ଥାନା ସମ୍ମୁଖରେ କୃଷକ ନେତା ଦିବାକର ସାହୁଙ୍କ ପୌରୋହିତ୍ୟରେ ପ୍ରତିବାଦ ସଭା କରାଯାଇଥିଲା। କୃଷକ ନେତା ଚନ୍ଦ୍ର ଶେଖର ନାୟକ, ପୀତବାସ ମହାନ୍ତି, ସତ୍ୟମୂର୍ତ୍ତି ବେହେରା, ଅନିଲ ଦାସ, ମାନସ ର˚ଜନ ସାହୁ, ମହେନ୍ଦ୍ର ସାହୁ, ଭବର˚ଜନ ମହାନ୍ତି, ଅଭୟ ନାୟକ, ବାଇଧର ସାହୁ, ସୁରେନ୍ଦ୍ର ସାହୁ ପ୍ରମୁଖ ନେତୃତ୍ବ ନେଇଥିଲେ। ଧାମନଗର ବ୍ଲକର ଧୂଷୁରୀ, ପାଳସାହି, ରଇପୁର, ନଦୀଗାଁ, ହସନାବାଦ, ଭଟ୍ଟସାହି, ବମକୁରା ଆଦି ଅଞ୍ଚଳରୁ ଶତାଧିକ ଚାଷୀ ଏଥିରେ ସାମିଲ ହୋଇଥିଲେ।
ନବନିର୍ମାଣ କୃଷକ ସଙ୍ଗଠନର ଭଣ୍ତାରିପୋଖରୀ ଶାଖା ପକ୍ଷରୁ ଥାନା ସମ୍ମୁଖରେ ଦୁଇ ଘଣ୍ଟିଆ ପ୍ରତୀକ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା। ସରକାର ଗଠନ କରିଥିବା ମନ୍ତ୍ରୀସ୍ତରୀୟ କମିଟି ଚାଷୀ ସମସ୍ୟା ସମାଧାନ କରିବାରେ ବ୍ୟର୍ଥ ହୋଇଛି ବୋଲି ପ୍ରତିବାଦ କରି ବହୁ ଚାଷୀ ପ୍ରତୀକ ଧାରଣାରେ ବସି ରହିଥିଲେ। ପ୍ରଦୀପ ସାମଲ, ଉପେନ୍ଦ୍ର ସେଠୀ, ପରମେଶ୍ବର ସେଠୀ, ସୁଶାନ୍ତ ଦାସ, ମାନସ ରଞ୍ଜନ ବସନ୍ତିଆ, ବିମଳକୃଷ୍ଣ ବସନ୍ତିଆ, ପ୍ରଭାତ ବିଶ୍ବାଳ, ବିଶ୍ବନାଥ ଜେନା, ଅଲେଖ ବିଶ୍ବାଳ, ସୁଧାକର ରାଉତ, ସଞ୍ଜୟ ପୁହାଣ, ନିହାର ରଞ୍ଜନ ଜେନା, ଅନନ୍ତ ବିଶ୍ବାଳ, ରମାକାନ୍ତ ସାମଲ ପ୍ରମୁଖ ଶତାଧିକ ଚାଷୀ ପଟୁଆରରେ ଆସିଥିଲେ।
ତିହିଡି ବ୍ଲକ ନବ ନିର୍ମାଣ କୃଷକ ସ˚ଗଠନ ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବ୍ଲକର ବିଭିନ୍ନ ପଞ୍ଚାୟତର ଶତାଧିକ ଚାଷୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ। ବ୍ଲକ ସଭାପତି ବଳରାମ ମଳିକଙ୍କ ନେତୃତ୍ବରେ ସମ୍ପାଦକ ସୌମ୍ୟଗୋପାଳ ନାୟକ, ଶଶଧର ନାୟକ, ରମାକାନ୍ତ ପରିଡା, ଶରତ ଲେଙ୍କା, ବିଚିତ୍ର ନାୟକ, ଅନାମ ଚରଣ ନାୟକ, ନୀଳମାଧବ ସେନାପତି, ମୁକ୍ତିକାନ୍ତ ନାୟକ, ରାଜକିଶୋର ନାୟକ, ଜଗନ୍ନାଥ ନାୟକ, ସୁବାସ ନାୟକ, ସୁଧା˚ଶୁ ଶେଖର କର, ଜଗନ୍ନାଥ ପାକଳ, ଭାସ୍କର ନାଥ, ଆନନ୍ଦ ମଲ୍ଲିକ, ସନ୍ତୋଷ ଜେନା, ଚକ୍ରଧର ଜେନା, ଅର୍ଜୁନ ସାମଲ, ଜଡା ଜେନା, ସନ୍ତୋଷ ମଲ୍ଲିକ, ଦାଶରଥୀ ନାଥ, ସୁରେନ୍ଦ୍ର ଜେନା, ଅନାମ ଜେନା, ରବି ଦାସ, ଜଗନ୍ନାଥ ପାକଳ ଓ ଲକ୍ଷ୍ମୀପ୍ରିୟା ପଣ୍ତା ସୟା, ଭାଟପଡା ଓ ବୋଡକ ସମେତ ବିଭିନ୍ନ ପଞ୍ଚାୟତର ଶତାଧିକ ଚାଷୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର