ଦୁର୍ଗାପୂଜା ଅବସରରେ ନୂଆ ଇ-ପତ୍ରିକା ‘ଶୁଭୋଦୟ’ ଉନ୍ମୋଚିତ

ଭଦ୍ରକ: ଦୁର୍ଗାପୂଜାର ମହାଷ୍ଟମୀ ଅବସରରେ ଶୁଭପଲ୍ଲବ ପ୍ରକାଶନର ଏକ ନୂଆ ଇ-ପତ୍ରିକା ‘ଶୁଭୋଦୟ’ ଉନ୍ମୋଚିତ ହୋଇଯାଇଛି । ସୁନାମଧନ୍ୟ ଓଡ଼ିଆ ଚିତ୍ରଶିଳ୍ପୀ ବିଜୟ ବିଶ୍ୱାଳ ଏହି ସଂସ୍କରଣଟିର ପ୍ରଚ୍ଛଦପଟ ଆଙ୍କିଥିବା ବେଳେ ପତ୍ରିକାଟିର ସମ୍ପାଦନା କରିଛନ୍ତି ସଂଗ୍ରାମ କେଶରୀ ସେନାପତି ।

ଦୁର୍ଗାପୂଜା ଥିମ୍‌ରେ ପ୍ରସ୍ତୁତ ଏହି ପତ୍ରିକାଟିରେ ସମୁଦାୟ ୨୨ଟି ବଛା ବଛା ଓଡ଼ିଆ ଲେଖା ପ୍ରକାଶ ପାଇଛି, ଯେଉଁଥିରେ ମାଆ ଦୁର୍ଗାଙ୍କ ଉପରେ ଗପ, କବିତା, ସ୍ତୁତି ଆଦି ସ୍ଥାନ ପାଇଥିବାବେଳେ ସାମ୍ପ୍ରତିକ ପରିସ୍ଥିତିରେ କରୋନାର ସ୍ଥିତିକୁ ମଧ୍ୟ ସ୍ଥାନିତ କରାଯାଇଛି । ଏହି ଇ-ପତ୍ରିକାଟି ଶୁଭପଲ୍ଲବର ଅନ୍‌ଲାଇନ୍ ଷ୍ଟୋରରେ ଉପଲବ୍ଧ ହେଉଛି । ଏଥି ସହିତ ପତ୍ରିକାଟି ସିଧାସଳଖ ପଢ଼ିବା ପାଇଁ ଆପଣ http://bit.ly/Shubhodaya1ରେ ଦେଖିପାରିବେ ।

ସମ୍ବନ୍ଧିତ ଖବର