ଭଦ୍ରକ: ରାଜ୍ୟ ଓ କେନ୍ଦ୍ର ସରକାର ସ୍କୁଲରେ ଡ୍ରପ ଆଉଟ୍ ସଂଖ୍ୟା ହ୍ରାସ କରିବା ଓ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଲକ୍ଷ୍ୟ ନେଇ ସ୍କୁଲରେ ମଧ୍ୟାହ୍ନ ଭୋଜନ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନାରେ ଭଦ୍ରକ ଜିଲ୍ଲାର ୭ ଟି  ବ୍ଲକ ଓ ୪ ଟି ପୌରାଞ୍ଚଳ ରେ ଥିବା ପ୍ରାଥମିକ ସ୍କୁଲ ଓ ମାଧ୍ୟମିକ ସ୍କୁଲ ରେ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି।  ଜିଲ୍ଲାରେ ମୋଟ ୩ ହଜାର ୯୩୦ ଜଣ ପାଚିକା ଓ ସହାୟିକା ନିଯୁକ୍ତି ପଡିଛନ୍ତି। ଯେଉଁମାନଙ୍କୁ ଠିକାରେ ନିଯୁକ୍ତି ଦିଆଯାଇଛି। ସେମାନଙ୍କର ମାସିକ ପ୍ରାପ୍ୟ ୩ ହଜାର ଟଙ୍କା ଥିବା ବେଳେ ବର୍ଷ କୁ ୧୦ ମାସ ସେମାନଙ୍କୁ ଦରମା ଦିଆଯାଏ।  ପିଲାଙ୍କ ପରୀକ୍ଷା ପରେ ମେ  ଆଉ ଜୁନ  ମାସ ସ୍କୁଲ  ଛୁଟି ରହିଥିବାରୁ ସେମାନଙ୍କୁ କୌଣସି ପ୍ରାପ୍ୟ ଦିଆଯାଏ ନାହିଁ।  ଜୁଲାଇ ମାସରେ ସ୍କୁଲ ଖୋଲିବା ପରେ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ଆରମ୍ଭ ହୋଇଥିବା ବେଳେ ଆଜି ଅଗଷ୍ଟ ମାସର ୧୩ ତାରିଖ ହେଲେଣି। କିନ୍ତୁ ଜିଲ୍ଲାର ଏହି ପାଚିକା ସହାୟିକାମାନଙ୍କୁ ସେମାନଙ୍କର ଜୁଲାଇ ମାସର ପ୍ରାପ୍ୟ ଦିଆଯାଇନାହିଁ।  ଗତ ଏପ୍ରିଲ  ମାସ ପର୍ଯ୍ୟନ୍ତ ସେମାନଙ୍କର  ଯାହା ପ୍ରାପ୍ୟ ତାହା ପାଇଥିଲେ। ଏହା ଭିତରେ ଆଉ ପାଚିକା କୌଣସି ପ୍ରାପ୍ୟ ପାଇ ନାହାନ୍ତି। ପାଚିକା ପରିବାର କିଭଳି ତାର ପରିବାର ଚଳାଇବ ତାକୁ  ନେଇ  ଅନେକ ଗରିବ ପାଚିକା ନିଜର ଦୁଃଖ ପ୍ରକାଶ କରିଛନ୍ତି। କମ ଦରମା ସାଙ୍ଗକୁ ଠିକା ଚାକିରୀକୁ ନେଇ ପରିବାର ପ୍ରତି ପୋଷଣ ଚିନ୍ତା ଘାରିଛି ଅନେକ ପାଚିକା ସହାୟିକାଙ୍କୁ।  ଅନେକ ପାଚିକା ଏନେଇ ପ୍ରଧାନ ଦୁଃଖ ଜଣାଇ ଥିଲେ ମଧ୍ୟ କେହି ସେମାନଙ୍କ ଦୁଃଖ ବୁଝିବାର ନାହିଁ। 
ପ୍ରକାଶ ଥାଉ କି, ଭଦ୍ରକ  ଜିଲ୍ଲାରେ  ପି .ଏମ.  ପୋଷଣ ଯୋଜନାରେ   ୧୬୪୫ ଟି ସ୍କୁଲରେ ଶିଶୁ ବାଟିକା ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୫୩ ହଜାର ୫୩୫ ଜଣ  ଛାତ୍ର ଛାତ୍ରୀଙ୍କୁ  ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଇଛି।  ସେହିପରି ମୁଖ୍ୟମନ୍ତ୍ରୀ  ପୋଷଣ  ଯୋଜନାରେ  ଜିଲ୍ଲାର ୩୧୯ ହାଇସ୍କୁଲ ରେ  ନବମ ଓ ଦଶମ ଶ୍ରେଣୀ ରେ ମୋଟ ୪୩ ହଜାର ୫୨୩ ଜଣ ଛାତ୍ର ଛାତ୍ରୀଙ୍କୁ  ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି।  ପି ଏମ ପୋଷଣ ଯୋଜନାରେ ବାସୁଦେବପୁର ବ୍ଲକ ରେ ୨୮୭ ସ୍କୁଲରେ ୨୭ ହଜାର ୭୮୯ ଜଣ ଛାତ୍ର ଛାତ୍ରୀଙ୍କୁ ପାଚିକା ମାନେ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଥିବା ବେକେ  ଭଦ୍ରକ ବ୍ଲକ ରେ ୨୮୮ ସ୍କୁଲ ରେ ୩୦ ହଜାର ୮୪୮ ଜଣ ଛାତ୍ର ଛାତ୍ରୀ  ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ଭଣ୍ଡାରିପୋଖରୀ ବ୍ଲକର ୧୪୦ ସ୍କୁଲ ରେ ମୋଟ ୧୨ ହଜାର ୮୮୨  ଜଣ  ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗା ଯାଉଛି।  ବନ୍ତ ବ୍ଲକ୍ ରେ ୧୯୨ ସ୍କୁଲ ରେ  ମୋଟ ୧୪ ହଜାର ୭୦୫  ଜଣ ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଛନ୍ତି।  ଚାନ୍ଦବାଲି ବ୍ଲକ ରେ ୨୮୬ ଟି ସ୍କୁଲରେ  ମୋଟ ୨୬ ହଜାର ୪୩୯ ଜଣ ଛାତ୍ରଛାତ୍ରୀ ଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଣ  କରାଯାଉଛି। ଧାମନଗର  ବ୍ଲକରେ ୨୨୨ ସ୍କୁଲ ରେ ମୋଟ ୧୯ ହଜାର ୩୭୧ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ  ଭୋଜନ ଖାଉଛନ୍ତି। ତିହିଡି ବ୍ଲକରେ ୨୩୦ ଟି ସ୍କୁଲ ରେ ୨୧ ହଜାର ୩୦୧ ଜଣ ଛାତ୍ର ଛାତ୍ରୀଙ୍କୁ ପାଚିକା ସହାୟିକାମାନେ ମଧ୍ୟାହ୍ନ ଭୋଜନ ରୋଷେଇ କରି ଦେଉଛନ୍ତି।  

Advertisment

ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ  ଜିଲ୍ଲାରେ ଥିବା  ୩୧୯  ହାଇସ୍କୁଲରେ   ପାଚିକା ସହାୟିକାମାନେ ରୋଷେଇ କରି ଖାଦ୍ୟ ପ୍ରଦାନ କରୁଛନ୍ତି। ତଥ୍ୟ ଅନୁଯାୟୀ।  ଏହି  ଯୋଜନାରେ ବାସୁଦେବପୁର  ବ୍ଲକର ୫୪ ଟି ସୁଲ ରେ ୧୧୩୬ ଜଣ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଣ କରାଯାଉଛି। ଭଦ୍ରକ ବ୍ଲକ ରେ ୫୭ ଟି ସ୍କୁଲ ରେ ୬୮୮୯ ଛାତ୍ର ଛାତ୍ରୀ ରହିଥିବା ବେଳେ ଭଣ୍ଡାରିପୋଖରୀରେ ୩୪ ଟି ସ୍କୁଲ ରେ  ୩୮୯୩ ଜଣ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଇ ପ୍ରଦାନ କରାଯାଉଛି । ବନ୍ତ ବ୍ଲକ୍ ରେ ୪୩ ଟି ସ୍କୁଲ ରେ  ୪୭୨୭ ଜଣ ଛାତ୍ର ଛାତ୍ରୀ ରହିଥିବା ବେକେ ଚାନ୍ଦବାଲି ରେ ୪୧ ଟି ସ୍କୁଲ ରେ ୭୭୭୦ ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନରେ ସାମିଲ ଅଛନ୍ତି। ଧାମନଗରରେ  ୫୫ ଟି ହାଇସ୍କୁଲ ରେ ୬୦୨୮ ଜଣ ଛାତ୍ରଛାତ୍ରୀ  ଓ ତିହିଡି ବ୍ଲକରେ ୩୬ ଟି ହାଇସ୍କୁଲ ରେ ୬୦୭୧ ଜଣ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ପାଚିକା ସହାୟିକାମାନେ ରୋଷେଇ କରି ଖାଦ୍ୟ ପଦାର୍ଥ ପରସୁଛନ୍ତି। ଭଦ୍ରକ ଜିଲ୍ଲାରେ ଶିଶୁ ବାଟିକା ରୁ  ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧ହଜାର ୯୬୪ ଟି   ସ୍କୁଲରେ ମୋଟ   ୧ ଲକ୍ଷ ୯୭ ହଜାର ୫୮ ଜଣ ଛାତ୍ରଛାତ୍ରୀ ଙ୍କୁ ପ୍ରତିଦିନ ଜିଲ୍ଲାର ମୋଟ ୩ ହଜାର ୯୩୦ ଜଣ ପାଚିକା ଓ  ସହାୟିକା ମଧ୍ୟାହ୍ନ ଭୋଜନ କାର୍ଯ୍ୟ ପରିଚାଳିତ କରୁଛନ୍ତି। ମାତ୍ର ଏହି ପାଚିକା ଓ ସହାୟିକାଙ୍କ ଉପଯୁକ୍ତ ସମୟରେ ସେମାନଙ୍କର ପ୍ରାପ୍ୟ ମିଳୁ ନଥିବାରୁ ସେମାନେ ଦୁଃଖରେ ଦିନ କାଟୁଛନ୍ତି।  ଏ ସମ୍ପର୍କରେ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁଙ୍କୁ ପଚାରିବାରୁ ଶ୍ରୀ ସାହୁ କହିଲେ ସେମାନଙ୍କ ପ୍ରାପ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ଆକାଉଣ୍ଟ କୁ ସିଧା ସଳଖ ଭାବରେ ଯାଉଛି। ଖୁବ ଶୀଘ୍ର ସେମାନଙ୍କର ପ୍ରାପ୍ୟ ମିଳିଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି।