ଚାନ୍ଦବାଲିରେ ଓଡ଼ିଶା ବନ୍ଦ ଆନ୍ଦୋଳନ ସଂପୂର୍ଣ୍ଣ ସଫଳ

ଚାନ୍ଦବାଲି: ପେଟ୍ରୋଲ, ଡିଜେଲ ସମେତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା ଦାବିରେ ବାମପନ୍ଥୀ ଦଳ ଗୁଡିକ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଆନ୍ଦୋଳନ ଚାନ୍ଦବାଲିରେ ସଂପୂର୍ଣ୍ଣ ସଫଳ ହୋଇଛି। ଚାନ୍ଦବାଲି ବଜାର, ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ , ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ, ଚାନ୍ଦବାଲି ବ୍ଲକର ସମସ୍ତ ଫେରିଘାଟ ଓ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।

ଏହି ବନ୍ଦ ଆନ୍ଦୋଳନରେ ସିପିଆଇଏମ ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ମଳୟ ଭୋଇ, ବରିଷ୍ଠ ନେତା ରବି ପଟ୍ଟନାୟକ, ବ୍ରହ୍ମାନନ୍ଦ ପରିଡା, ଫକୀର ବିଶ୍ବାଳ, ଚାନ୍ଦବାଲି ବ୍ରାଞ୍ଚ ସଂପାଦକ ଘନଶ୍ୟାମ ଦାସ, ଜୟୀରାମ ଦାସ, କାହ୍ନୁ କିଶୋର ସାହୁ, ଗଙ୍ଗାଧର ମହାଳିକ, କୀର୍ତ୍ତନ ବିଶ୍ବାଳ, କାର୍ତ୍ତିକ ଖିଲାର, କାଳନ୍ଦୀ ଜ୍ୟୋତି, ଶଙ୍କର୍ଷଣ ବିଶ୍ବାଳ, ଗୌରାଙ୍ଗ ଜେନା, ଦିବାକର ସେନାପତି, ମାନସ ମହାଳିକ ପ୍ରମୁଖ ନେତୃତ୍ବ ନେଇଥିବା ବେଳେ ସିପିଆଇର ଚାନ୍ଦବାଲି ବ୍ଲକ ସଂପାଦକ ଅନନ୍ତ ମହାନ୍ତି, ଯୁବ ନେତା ଉପେନ୍ଦ୍ର ରାଉଳ, ଦେବହରି ରାଉଳ, ବରିଷ୍ଠ ନେତା ବଳରାମ ମିଶ୍ର, ସୁବାଷ ସେଠୀ ପ୍ରମୁଖ ନେତୃତ୍ବ ନେଇଥିଲେ। ଏହି ଓଡିଶା ବନ୍ଦ ଆନ୍ଦୋଳନକୁ ସମର୍ଥନ କରି କଂଗ୍ରେସ ଚାନ୍ଦବାଲି ବ୍ଲକ ସଭାପତି କିଣୁରାମ ଜେନା, କଂଗ୍ରେସ ନେତା ଦିଗମ୍ବର ଦାସ, ଯୁବ କଂଗ୍ରେସ ନେତା ସୁବାସ ନାୟକ ପ୍ରମୁଖ ସାମିଲ ହୋଇଥିଲେ। ଏହି ବନ୍ଦ ଆନ୍ଦୋଳନରେ ଶତାଧିକ ବାମପନ୍ଥୀ ନେତା ଓ କର୍ମୀ ସାମିଲ ହୋଇଥିଲେ।

 

 

ସମ୍ବନ୍ଧିତ ଖବର