ଭଦ୍ରକ: ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସି ଭୁବନେଶ୍ୱର ଷ୍ଟେସନରେ ଜଣେ ବ୍ୟକ୍ତି ନିଖୋଜ ହୋଇଥିବାର ଖବର ମିଳିଛି। ଏନେଇ ଷ୍ଟେସନ ଥାନାରେ ଅଭଯୋଗ ହୋଇଛି।
ଅଭଯୋଗ ଅନୁଯାୟୀ, ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧିନ ତେନ୍ତୁଳିଆଡ଼ିଆ ଗାଁରେ ଅଜୟ ନାୟକ ମୁମ୍ବାଇରେ କାର୍ଯ୍ୟକରୁଥିବା ବେଳେ ସପରିବାର ସେଠାରେ ରହୁଛନ୍ତି। ତାଙ୍କ ଝିଅ ଅଗରପଡ଼ାରେ ବିବାହ ଦେଇଥିବାବେଳେ ଝିଅର ପୁଅ ଏକୋଇଶିଆ ପୂଜାରେ ଯୋଗଦାନ କରିବାକୁ ଗତ ୨୧ତାରିଖରେ କୋଣାର୍କ ଏକ୍ସପ୍ରେସ ଯୋଗେ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଥିଲେ। ଗତ ୨୩ ତାରିଖରେ ଭୁବନେଶ୍ୱର ଷ୍ଟେସନରେ ରାତି ୧୨ଟା ବେଳେ ମୁମ୍ବାଇରେ ଥିବା ନିଜ ପତ୍ନୀଙ୍କ ସହ କଥାହୋଇଥିଲେ। ସକାଳ ୬ଟାରୁ ତାଙ୍କ ମୋବାଇଲ ସୁଇଚ୍ ଅଫ ରହିଥିବା ବେଳେ ଝିଅ ଘରେ ମଧ୍ୟ ପହଞ୍ଚି ନ ଥିଲେ। ଏଣୁ ପରିବାର ଲୋକେ ବ୍ୟସ୍ତ ହୋଇ ଗାଁରେ ରହୁଥିବା ପୁଅ ଭୁବନେଶ୍ୱର ଷ୍ଟେସନରେ ଖୋଜାଖୋଜି କରି ସିସି ଟିଭି କ୍ୟାମେରା ଦେଖି ବାପା ଓହ୍ଲାଇଥିବା ଚି଼ହ୍ନଟ କରିଥିଲେ। ମାତ୍ର ଷ୍ଟେସନ ବାହାରୁ ଆସିରୁ କେଉଁଆଡେ ନିଖୋଜ ହୋଇଯାଇଥିବା ଜଣା ପଡିଥିଲା।
ଏନେଇ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ବିଫଳ ହେବା ପରେ ୨୪ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନ ଥାନାରେ ଅଭଯୋଗ କରିଛନ୍ତି। ପତ୍ନୀଙ୍କ ସହ କଥା ହେଉଥିବା ବେଳେ ଅଜୟଙ୍କ ସହ ଆସିଥିବା କେତେକ ଯୁବକ ଭଦ୍ରକ ଯିବେ ଏବଂ ତାଙ୍କ ସହ ଯିବା ପାଇଁ ପତ୍ନୀକୁ କହୁଥିଲେ ହେଲେ ପତ୍ନୀ ତାଙ୍କୁ ସେମାନଙ୍କ ସହ ଆସିବାକୁ ବାରଣ କରିଥିବା ବେଳେ ସକାଳ ହେଲେ ଆସିବାକୁ ପରାମର୍ଶ ଦେଇଥିଲେ. ହେଲେ ଯାହାକୁ ନେଇ ଉକ୍ତ ଯୁବକମାନେ ଅଜୟ ନାୟକ ତାଙ୍କୁ ଅପହରଣ କରିନେଇଥିବା ସନ୍ଦେହ ହେଉଛି।
ଅଭିଯୋଗ ପାଇବା ପରେ ଭୁବନେଶ୍ୱର ରେଳବାଇ ଥାନା ପୁଲିସ ନିଖୋଜ ବ୍ୟକ୍ତିଙ୍କ ମୋବାଇଲ ଟ୍ରାକିଙ୍ଗ କରି ସିସିଟିଭି ଫୁଟେଜ ଦ୍ୱାରା ତଦନ୍ତ କରୁଛି। କିନ୍ତୁ ଏଯାଏ ନିଖୋଜ ବ୍ୟକ୍ତିଙ୍କର ପତ୍ତା ମିଳିନାହିଁ।
ଭୁବନେଶ୍ୱର ରେଳ ଷ୍ଟେସନରୁ ବୃଦ୍ଧ ନିଖୋଜ: ଥାନାରେ ଅଭିଯୋଗ
/sambad/media/post_attachments/wp-content/uploads/2022/06/download-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)