ଚାନ୍ଦବାଲିରେ ବଜ୍ରପାତ, ଜଣେ ମୃତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓରାସାହି ପଂଚାୟତ କସ୍ତୁରୀକଣ ଗାଁରେ ସର୍ବେଶ୍ୱର ରାଉତଙ୍କ ପୁଅ ପ୍ରଫୁଲ ରାଉତ (୩୫)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ବେଳେ ବର୍ଷା ହେବାରୁ ସେ ନିକଟରେ ଥିବା ଚାଳ ଘରକୁ ପଶିଯାଇଥିଲେ। ଘର ଭିତରକୁ ୩ ଜଣ ବ୍ୟକ୍ତି ପଶିଯାଇଥିବା ବେଳେ ପ୍ରଫୁଲଙ୍କ ଉପରେ ବଜ୍ରାଘାତ ହୋଇଥିଲା।

ଗ୍ରାମର ରମେଶ ବିଶ୍ୱାଳ ଓ ଜଗନ୍ନାଥ ପରିଡ଼ା ଘର ଭିତରୁ ବାହାରକୁ ଦୈଡ଼ି ପଳାଇ ଯାଇଥିଲେ। ଅନ୍ୟପକ୍ଷରେ ପ୍ରଫୁଲ୍ଲ ଘର ଭିତରେ ରହି ଯାଇଥିଲେ। କିଛି ସମୟ ମଧ୍ୟରେ ଚାଳଛପରରେ ତିଆରି ହୋଇଥିବା ଘର ଜଳି ଉଠିଥିଲା। ଫଳରେ ପ୍ରଫୁଲ୍ଲ ସେହିଠାରେ ଟଳି ପଡ଼ିଥିଲେ। ପ୍ରଫୁଲ ରାଉତ ଜଣେ ଗରିବ ଚାଷୀ ବ୍ୟାଙ୍କରୁ ଋଣ ଆଣି ଚିଙ୍ଗୁଡ଼ି ଚାଷ କରିଥିଲେ। ତାଙ୍କର ୩ ଝିଅ ୧ ପୁଅ। ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି। ପ୍ରଫୁଲ୍ଲଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଚାନ୍ଦବାଲି ହସ୍ପିଟାଲ ପଠାଯାଇଛି।

ସମ୍ବନ୍ଧିତ ଖବର