ଘରୋଇ ବସ୍‌ ଧକ୍କାରେ ଟ୍ରଲି ଚାଳକଙ୍କ ମୃତ୍ୟୁ

ଭଦ୍ରକ: ଏକ ଘରୋଇ ବସ୍‌(ଓଆର୍‌ ୧୧ଏଫ୍‌ ୯୨୧୩) ଧକ୍କା ଦେବାରୁ ଜଣେ ଟ୍ରଲି ଚାଳକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଭଦ୍ରକ ସହରର ମଠସାହି ସାହାପୁର ମୁସଲମାନ ସାହି ନିବାସୀ ମହମ୍ମଦ ଖାଁଙ୍କ ପୁତ୍ର ତାହେର ମହମ୍ମଦ ଖାଁ(୫୦)ଙ୍କ ମୃତ୍ୟୁ ଘଟିଛି।

ଘର ଠାରୁ ସହର ଆଡ଼କୁ ଚାଲିଚାଲି ଯାଉଥିବା ବେଳେ ବନ୍ତ ଛକଠାରେ ଇରମ ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଘରୋଇ ବସ୍‌ଟି ଆଜି ସକାଳୁ ଧକ୍କା ଦେବାରୁ ତାହେର ଗୁରୁତର ଆହତ ହୋଇଥିଲେ। ସୂଚନା ପାଇଁ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ସ୍ଥାନୀୟ ଲୋକଙ୍କ ସହାୟତରେ ପୁଲିସ ଆହତ ତାହେରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାହେରଙ୍କ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ହେବା ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଘରୋଇ ବସ୍‌ର ଚାଳକ ଫେରାର ଅଛି।

 

ସମ୍ବନ୍ଧିତ ଖବର