ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି, ରଶି ଲଗାଇ ସାନ ଭଉଣୀ ମୃତ, ବିଷ ପାନ କରି ବଡ଼ ଭଉଣୀ ଗୁରୁତର

ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି ରବିବାର ଭଦ୍ରକ ଜିଲ୍ଲାର ଚଣ୍ଡିଗାଁ ଅଂଚଳରେ ଦେଖିବାକୁ ମିଳିଛି। କ୍ଷୀରସାହି ଗାଁରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ସାନ ଭଉଣୀ ବେକରେ ରଶିି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବିଷ ପାନ କରିଥିବା ବଡ଼ ଭଉଣୀକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ କ୍ଷୀରସାହି ଗାଁର ଲକ୍ଷ୍ନୀଧର ଦାସଙ୍କ ପରିବାରରେ ଆଜି ଘରୋଇ ସମସ୍ୟା ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ସାନ ଭଉଣୀ ରୁପା ଦାସ ବେକରେ ରଶି ଲଗାଇ ଆତ୍ମହତ୍ୟ କରିଥିଲା। ବଡ଼ ଭଉଣୀ ମଧୁସ୍ମିତା ବିଷ ପାନ କରିଦେଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ରୂପାର ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଅପରପକ୍ଷେ ମଧୁସ୍ମିତାକୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ମଧୁସ୍ମିତାର ଶାରୀରିକ ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର