ଭଦ୍ରକ: ଶାଳନ୍ଦୀ ନଦୀରେ ଭାସି ସାନ ଭଉଣୀ ମୃତ, ବଡ଼ ଭଉଣୀ ନିଖୋଜ

ଭଦ୍ରକ: ଶାଳନ୍ଦୀ ନଦୀରେ ଗୁରୁବାର ୨ ଭଉଣୀ ଭାସି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଜଗନ୍ନାଥପୁର ବସ୍ତିଅଞ୍ଚଳର ଭବେଶ ମୁଣ୍ଡାଙ୍କର ୨ ନାବାଳିକା ଝିଅ ଆଜି ସନ୍ଧ୍ୟାରେ ନିଜ ବାପାଙ୍କ ସହିତ ନଦୀକୁ ଯାଇଥିଲେ। ଭବେଶ ନଦୀରେ ମାଛ ଧରୁଥିବା ବେଳେ ୨ ପିଲା ବାହାରେ ଖେଳୁଥିଲେ। ଭୁଲ ବଶତଃ ଶୁଭ ମୁଣ୍ଡା(୯) ଓ ପୂଜା(୭) ଗଭୀର ଜଳ ସ୍ରୋତରେ ଭାସି ଯାଇଥିଲେ। ଘଟଣା ଘଟିବାର କିଛି ସମୟ ପରେ ଭବେଶ ଦମକଳ ବାହିନୀକୁ ଖବର ଦେଇଥିଲେ।

ଦମକଳ ବାହିନୀର କର୍ମଚାରୀମାନେ ନଦୀରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ପୂଜାର ମୃତଦେହ ଉଦ୍ଧାର କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଶୁଭର କୌଣସି ଖବର ମିଳିନାହିଁ। ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି।

ସମ୍ବନ୍ଧିତ ଖବର