ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଧାମନଗର : ଧାମନଗର ବ୍ଲକ ଦୋବଲ ପଞ୍ଚାୟତ ନିର୍ବାହୀ ଅଧିକାରୀ ବୈଦେହୀ ମୁଣ୍ଡାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭଦ୍ରକ ଭିଜିଲାନ୍ସ ଟିମ୍‌ ଗିରଫ କରିଛି। ଡ୍ରେନ୍ କାମର ବିଲ୍‌ କରାଇଦେବା ଲାଗି ବୈଦେହୀ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏତିକି ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ଟଙ୍କା ସହ ଧରିଥିଲା।

ସମ୍ବନ୍ଧିତ ଖବର