ଭଦ୍ରକ: ସାର ଦର ବୃଦ୍ଧି ବିରୋଧରେ ଆଜି ଓଡ଼ିଶା କୃଷକ ସଭା ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କରୋନା କଟକଣାକୁ ମାନି ଓଡ଼ିଶା କୃଷକ ସଭା ପକ୍ଷରୁ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ନାୟକ, ଯୁଗ୍ମ ସଂପାଦକ ବିକାଶ ନାଥ, ବରିଷ୍ଠ ନେତା ନିରଞ୍ଜନ ପାଣି, ଚାଷୀ ନେତା ନିରଞ୍ଜନ ସେଠୀ ପ୍ରମୁଖ ନେତୃତ୍ବ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।
ବିଭିନ୍ନ ପ୍ରକାରର ସାର ଯଥା ଡିଏପି ପକେଟ ( ୫୦ କିଲୋ ) ପ୍ରତି ୧୨୦୦ ଟଙ୍କାରୁ ୧୯୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏନ ପି କେ-୧ର ଦର ୧୧୭୫ଟଙ୍କାରୁ ୧୭୭୫ ଟଙ୍କା ହୋଇଛି , ଏନ୍ ପି କେ -୨ର ଦର ୧୧୮୫ଟଙ୍କାରୁ ୧୮୦୦ ଟଙ୍କା ହୋଇଛି ଓ ଏନ୍ ପି ୯୨୫ଟଙ୍କାରୁ ୧୩୫୦ ଟଙ୍କାକୁ ବୃଦ୍ଧି ପାଇଛି।
ସାର କ୍ଷେତ୍ରରେ ମୂଲ୍ୟ ଧାର୍ଯ୍ୟ କରିବା ପାଇଁ କମ୍ପାନିମାନଙ୍କ ଉପରେ ଥିବା ସରକାରୀ କଟକଣାକୁ ମୋଦୀ ସରକାର ବାତିଲ କରିଥିବା ଯୋଗୁ ସାରର ଅତ୍ୟଧିକ ଦରବୃଦ୍ଧି ଘଟିଛି । କରୋନାଜନିତ ତାଲାବନ୍ଦୀ ପରିସ୍ଥିତି ଯୋଗୁ କୃଷକମାନେ ଯେତେବେଳେ ସାଂଘାତିକ କ୍ଷତିଗ୍ରସ୍ତ ହୋଇଛନ୍ତି, କୃଷିଜାତ ଦ୍ରବ୍ୟ ଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି ଏବଂ ଏହି ସମୟରେ ସାର ଦର ବୃଦ୍ଧି ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/581abecb-b347-45f8-9b7e-39359b1a7a58.jpg)