ଭଦ୍ରକ: ରବିବାର ରାତିରେ ଧାମନଗର ଅଞ୍ଚଳର ଚୂଡ଼ାକୁଟି ଦୋଳ ମେଲଣ ପଟୁଆରରେ ଡିଜେ ବଜିବା କଥାରୁ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ମାଡ଼ପିଟ୍ ଲାଗିବାରୁ ୩ ଜଣ ଲୋକ ଆହତ ହୋଇଛନ୍ତି।
ଶୋଭାଯାତ୍ରାରେ ବିନା ଅନୁମତିରେ ବାଜୁଥିବା ଡିଜେକୁ ବନ୍ଦ କରିବାକୁ ପୁଲିସ ପହଞ୍ଚିବା ପରେ ସ୍ଥାନୀୟ ଲୋକମାନଙ୍କ ସହ ସେମାନଙ୍କର ବଚସା ଓ ପରେ ଧସ୍ତାଧସ୍ତି ହୋଇଥିଲା। ଫଳରେ ପୁଲିସ ଠାରୁ ମାଡ଼ ଖାଇ ୩ ଜଣ ଲୋକ ଆହତ ହୋଇଛନ୍ତି। ଶୋଭାଯାତ୍ରାରେ ବ୍ୟବହୃତ ଦୁଇଟି ଡିଜେକୁ ପୁଲିସ ଜବତ କରିଛି।
ଘଟଣାସ୍ଥଳରେ ଉତ୍ତେଜନା ଲାଗି ଥିବାରୁ ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Dj.jpg)