ବିଦ୍ୟୁତ ସଂଯୋଗ ଦାବିରେ ଅଭିନବ ପ୍ରତିବାଦ: ରାସ୍ତା ଉପରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କଲେ ଆଦିବାସୀ

ଭଦ୍ରକ: ରାସ୍ତା ଉପରେ ଅଭିନବ ପ୍ରତିବାଦ । ବିଦ୍ୟୁତ ସେବାରୁ ବଂଚିତ ଆଦିବାସୀମାନେ ରାସ୍ତା ଉପରେ ଶୋଇ ପ୍ରତିବାଦ କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଚରମ୍ପା ଓ ଏରେଇଁ ଗାଁରେ। ‌ଏହି ଅଞ୍ଚଳରେ ରହୁଥିବା ଆଦିବାସୀ ଶ୍ରମିକମାନେ ଦୀର୍ଘଦିନ ଧରି ବିଦ୍ୟୁତ ସେବାରୁ ବଂଚିତ ହେଉଛନ୍ତି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଯୋର ଜବରଦସ୍ତ ସେମାନଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ବିଦ୍ୟୁତ ସଂଯୋଗ କରିବା ପାଇଁ ବାରମ୍ବାର ନିବେଦନ କରି ନିରାଶ ହେବା ପରେ ସେମାନେ ବାଧ୍ୟ ହୋଇ ଏଭଳି ପ୍ରଦିବାଦ କରୁଛନ୍ତି ।

ଭଦ୍ରକ ସଦିହ୍ ବିର୍ସା ମୁଣ୍ଡା ଆଦିବାସୀ ମହାସଂଘ ନେତୃତ୍ୱରେ ଆଜି ଶତାଧିକ ଆଦିବାସୀ ନିରବ ଶୋଭାଯାତ୍ରା କରିଥିଲେ । ଭଦ୍ରକ ବିଧାୟକଙ୍କ ବାସ ଭବନରେ ପହଂଚିଥିଲେ ଆଦିବାସୀମାନେ । ପରେ ରାଜଘାଟ ଛକ ନିକଟରେ ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଭଦ୍ରକ ଏସଡିପିଓ ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରି ସମସ୍ୟା ସମାଧାନ ପାଇଁ ପ୍ରତଶ୍ରୁତି ଦେବା ପରେ ବିକ୍ଷୋଭରୁ ଓହରି ଥିଲେ ଆଦିବାସୀମାନେ ।

ସମ୍ବନ୍ଧିତ ଖବର