ଭଦ୍ରକ: ଲେବୁଲ୍ କ୍ରସିଂ ଉପରେ ଓଭର ବ୍ରିଜ ନିର୍ମାଣ ଦାବିରେ ପୁଣି ଧାରଣା, ଅଟକି ରହିଛି ଦୁଇଟି ଟ୍ରେନ୍

ଭଦ୍ରକ: ଭଦ୍ରକର ଚରମ୍ପା ରେଳ ଷ୍ଟେସନ ସ୍ଥିତ ଡଗରା ସାହି ୧୧୮ ନମ୍ୱର୍ ଲେବୁଲ୍ କ୍ରସିଂ ଉପରେ ଓଭର ବ୍ରିଜ ନିର୍ମାଣ ଦାବିରେ ପୁଣି ଧାରଣା ଦେଇଛନ୍ତି ସ୍ଥାନୀୟ ଲୋକେ।
ଏଠାରେ ପୂର୍ବତନ କଂଗ୍ରେସ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି। ଏହି ଧାରଣା ଯୋଗୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିବାର ଖବର ମିଳିଛି। ବାଲେଶ୍ବର ପଟୁ ଆସୁଥିବା ୨ଟି ଟ୍ରେନ୍ ଅଟକି ରହିଥିବାର ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଆଗରୁ ଭଦ୍ରକର ଚରମ୍ପା ରେଳ ଷ୍ଟେସନ ସ୍ଥିତ ଡଗରା ସାହି ୧୧୮ ନମ୍ୱର୍ ଲେବୁଲ୍ କ୍ରସିଂ ଉପରେ ଓଭର ବ୍ରିଜ ନିର୍ମାଣ ଦାବିରେ ଦୁଇ ଥର ରେଳ ଧାରଣା ଉପରେ ଧାରଣା ଦେଇଥିଲେ ସ୍ଥାନୀୟ ଅଞ୍ଚଳବାସୀ। ଚରମ୍ପା ଡଗରାସାହି ଠାରେ ରେଳ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଦାବିରେ ପୂର୍ବତନ ବିଧାୟକ ନରେନ ପଲାଇଙ୍କ ନେତୃତ୍ୱରେ ସ୍ଥାନୀୟ ବାସୀଙ୍କ ପକ୍ଷରୁ ଡଗରା ସାହି ଲେବେଲ କ୍ରସିଂ ଠାରେ ରେଳ ଧାରଣା ଉପରେ ଧାରଣା ଦିଆଯିବା ପରେ ରେଳ ଗାଡି ଯାତାୟତରେ ବାଧା ସୃଷ୍ଟି ହୋଇଥିଲା। ରେଳ ଧାରଣା ଉପରେ ଧାରଣା ଦିଆ ଯାଇଥିବାରୁ ଯଶବନ୍ତପୁର ମିର୍ଜାପୁର ଏକ୍ସପ୍ରେସ ଟ୍ରେନ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା।


ଏହି ଆନ୍ଦୋଳନ ଯୋଗୁଁ ଭଦ୍ରକ ଷ୍ଟେସନରେ ମାଲବାହୀ ଟ୍ରେନ ଅଟକି ରହିଥିଲା। ଡଗରା ସାହି ଠାରେ ଗୋଟିଏ ଓଭରବ୍ରିଜ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା। ଯେଉଁମାନେ ଜରୁରୀ କାର୍ଯ୍ୟରେ ଆସିଥାନ୍ତି ସେମାନେ ରେଳ ଫାଟକ ପଡି ରହିବାରୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଭର ବ୍ରିଜ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା। ବ୍ରିଜ ନିର୍ମାଣ ପାଇଁ ଅର୍ଥ ରାଶି ମଞ୍ଜୁର ହୋଇଥିଲେ ମଧ୍ୟ କାର୍ଯ୍ୟ ବିଳମ୍ବ ଯୋଗୁଁ, ଆଜି ଏହିଭଳି ଧାରଣା ଦିଆଯାଇଥିଲା। ଘଟଣା ସ୍ଥଳରେ ରେଳବାଇ ପୁଲିସ, ଷ୍ଟାଫ ପହଞ୍ଚି ଧାରଣା ରତ ଲୋକ ମାନଙ୍କୁ ବୁଝାସୁଝା କରିଥିଲେ। ଯଦି ଆଗାମୀ ଦିନରେ ଏଭଳି ଦାବି ପୂରଣ ନ ହୁଏ, ତେବେ ପୁଣି  ଫେବ୍ରୁଆରି ମାସ ୭ ତାରିଖ ଦିନ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ପ୍ରତୀକାତ୍ମକ ଧାରଣା ଦିଆଯିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ପଲାଇ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର