ସମ୍ବାଦ କୁଇଜରେ ପ୍ରତିଯୋଗୀଙ୍କ ବଢୁଛି ଉତ୍ସାହ

ଭଦ୍ରକ: ଭଦ୍ରକ ସାଳନ୍ଦୀ ବହି ମେଳା ପରିସରରେ ଆମ ଓଡ଼ିଶା – ସମ୍ବାଦ ପକ୍ଷରୁ ଆୟୋଜିତ କୁଇଜ୍‌ ପ୍ରତିଯୋଗିତାରେ ପ୍ରତିଯୋଗୀଙ୍କ ମଧ୍ୟରେ ଉତ୍ସାହ ବଢୁଛି। ଆଜି ଅପରାହ୍ନ ୪ଟାରେ ଆରମ୍ଭ କରାଯାଇଥିବା ଏଇ କୁଇଜ୍‌ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇଥିଲେ। ୨୦ ଜଣ ସଠିକ୍‌ ଉତ୍ତରଦାତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କୁଇଜ୍‌ ମାଷ୍ଟର ଅଭିଜିନ୍‌ ନାୟକ ଆଜିର କୁଇଜ୍‌ ପ୍ରତିଯୋଗିତାକୁ ପରିଚାଳାନ କରିଥିଲେ। ପ୍ରତିଯୋଗିତାର ସଠିକ୍‌ ଉତ୍ତର ଦେଇଥିବା ସଫଳ ପ୍ରତିଯୋଗୀମାନେ ହେଲେ, ର୍ନିମଳ କୁମାର ମଲିକ, ଅର୍ପିତ ମହାନ୍ତି, ଉଦ୍ଦିପ୍ତ କୁମାର ବହଳି, ଦିବ୍ୟଜ୍ୟୋତି ପ୍ରଧାନ, ପିନାକ ମହାପାତ୍ର, ରାଜୀବ ଲୋଚନ ପାଣିଗ୍ରାହୀ, ଓମ୍‌ ପ୍ରକାଶ ବିଶ୍ୱାଳ, ପ୍ରସନ୍ନଜିତ ଜେନା, ସେକ୍‌ ନସିର ଅହମ୍ମଦ, କେଳାସ ଚନ୍ଦ୍ର ପ୍ରଧାନ, ରଜତ କୁମାର ନାୟକ, ଆଦିତ୍ୟ ଦାସ, ଲଲାଟେନ୍ଦୁ ମହାନ୍ତି, ମାନସ ଦାସ, ଅଭୟ କୁମାର ପରିଡା, ଚିତ୍ତରଂଜନ ପୃଷ୍ଟି।

ପ୍ରତିଯୋଗୀମାନଙ୍କୁ ଆମ ଓଡ଼ିଶା ଓ ସମ୍ବାଦ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣ ସଭାରେ ବିଶିଷ୍ଟ ନାଟ୍ୟକାର ଅଧ୍ୟାପକ ଡ. ସୁଧାଂଶୁ ନାୟକ, ପ୍ରାଧ୍ୟାପକ ହୃଷିକେଶ ଗିରି, କବି କେଳାସ ଚନ୍ଦ୍ର ପଣ୍ଡା, ପ୍ରଧ୍ୟାପକ ପବିତ୍ର ପାଣିଗ୍ରାହୀ, ସାଳନ୍ଦୀ ବହି ମେଳାର ସଂପାଦକ ଅଭିଜିତ ନାୟକ, ଡେପୁଟୀ କଲେକ୍ଟର ସେମ୍ୟଶ୍ରୀ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ପ୍ରତାପ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେଯ କାର୍ଯ୍ୟକ୍ରମକୁ ସମ୍ବାଦର ଜିଲ୍ଲା ପ୍ରତିନିଧି ଡ. ହରିହର ନାୟକ ପରିଚାଳନା କରିଥିବା ବେଳେ ଏଥିରେ ସମ୍ବାଦର ସହଯୋଗୀ ଉମାକାନ୍ତ ଜେନା, ଦେବେନ୍ଦ୍ର ସେଠୀ, ଜୟ ଜଗନ୍ନାଥ ମଲ୍ଲିକ, ବାପି ସିକଦାର, ଗେରହରି ନାୟକ, ଗଣେଶ ପ୍ରସାଦ ମହାନ୍ତି,ପ୍ରବୀର ଗୁପ୍ତା, ରଂଗରାଗର ସଂପାଦକ ପ୍ରଦୀପ୍ତ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର